ମନମୁଣ୍ଡା ପୁଲିସର ଧରପଗଡ଼; ୪୦ କେଜି ଗଞ୍ଜେଇ ଜବତ, ୪ କୋର୍ଟ ଚାଲାଣ

କଣ୍ଟାମାଳ : ରବିବାର ରାତିରେ ମନମୁଣ୍ଡା ପୁଲିସର ପେଟ୍ରୋଲିଂ ଚାଲିଥିବା ସମୟରେ ବରଗୋଛା ଆଶ୍ରମ ସ୍କୁଲ୍‌ ସମ୍ମୁଖରେ କେନ୍ଦୁମୁଣ୍ଡା ଗ୍ରାମର ଶଙ୍କର୍ଷଣ କମ୍ପ (୩୬) ଏକ ବସ୍ତା ଧରି ଛିଡ଼ା ହୋଇଥିଲେ। ଶଙ୍କର୍ଷଣ ଉପରେ ପୁଲିସର ସନ୍ଦେହ ହେବାରୁ ବସ୍ତାକୁ ଯାଞ୍ଚ୍‌ କରାଯାଇଥିଲା। ସେହି ବସ୍ତାରୁ ୧୮.୫ କେଜି ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ଜବତ କରିବା ସହ ଶଙ୍କର୍ଷଣକୁ ଗିରଫ କରାଯାଇ ସୋମବାର କୋର୍ଟଚାଲାଣ କରାଯାଇଛି।

ସେହପରି ସମାନ ଦିନ ରାତି ୧୨ଟାରେ ଏକ ଅଟୋ (ଓଡି୩୧ଏ-୮୭୬୬) ଶଗଡ଼ା ପଟରୁ ମନମୁଣ୍ଡା ପଟକୁ ଆସୁଥିଲା। ମେହେରୁଣୀ ନଦୀ ପୋଲ ନିକଟରେ ସନ୍ଦେହ କରି ପୁଲିସ୍‌ ଉକ୍ତ ଅଟୋକୁ ଅଟକାଇଥିଲା। ସେଥିରୁ ୨ଟି ବସ୍ତାରେ ୨୨ କେଜି ଗଞ୍ଜେଇ ଜବତ କରିବା ସହିତ ଏହି ବେପାରରେ ସମ୍ପୃକ୍ତ ଥିବା ୩ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପଶ୍ଚିମବଙ୍ଗ ରାଜ୍ୟର ମହମ୍ମଦ ଜଲାଲ ଶେଖ୍‌ (୫୨), ନୁର ଆଲାମ ଖାନ୍‌ (୪୭) ଓ ମନମୁଣ୍ଡା ଥାନା ଧୁଙ୍ଗିଆପଦର ଗ୍ରାମର ସୁଶାନ୍ତ ଗୁରୁ (୨୮)। ଏନେଇ ଏକ ମାମଲା ରୁଜ୍ଜୁ କରି ୩ଜଣଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର