ରାଉରକେଲା: ସହରର ଜଣେ ପ୍ରତିଷ୍ଠିତ ଡାକ୍ତର ସାଇବର ଠକେଇର ଶିକାର ହୋଇଛନ୍ତି। ଡା. ଅଜିତ ସିଂହଙ୍କ ଏଚଡିଏଫ ସି ଆକାଉଣ୍ଟରୁ ତାଙ୍କ ଅଜାଣତରେ ୪୧,୨୫,୦୦୦ ଟଙ୍କା ଲୁଟିନେଇଛନ୍ତି। ତିନି ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଏହି ଟଙ୍କା ଲୁଟିଥିଲେ। ଏହି ମାମଲାରେ ରାଉରକେଲା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାନସ ରଞ୍ଜନ ଖୁଣ୍ଟିଆ, ସୁଶାନ୍ତ ବାରିକ ଓ ଶିବ କୁମାର ଝା। ଅଭିଯୁକ୍ତମାନଙ୍କଠାରୁ ୧,୦୫,୦୪୦ ଟଙ୍କା, ସୁନା ଗହଣା, ବହୁ ଏଟିଏମ୍ କାର୍ଡ, ମୋବାଇଲ ଫୋନ ଜବତ ହୋଇଛି।
ରଘୁନାଥପାଲି ଥାନାରେ ହୋଇଥିବା ଏତଲାରେ ଡା. ଅଜିତ ସିଂହ ଦର୍ଶାଇଛନ୍ତି ଯେ, ରାଉରକେଲାର ସିଭିଲ ଟାଉନସିପରେ ଓମ୍ ଆପଲୋ ହସ୍ପିଟାଲରେ ସେ ହେଉଛନ୍ତି ପରିଚାଳକ। ପାନପୋଷସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କରେ ଏହି ହସ୍ପିଟାଲର ବ୍ୟାଙ୍କ ଆକାଉଣ୍ଟ ରହିଛି। କିନ୍ତୁ ତାଙ୍କ ଅଜାଣତରେ କେହି ଜଣେ ଦୁର୍ବୃତ୍ତ ୨୦୧୯ ସେପ୍ଟେମ୍ବର ୨୬ରୁ ୨୦୨୨ ମେ’ ୧୫ ତାରିଖ ଭିତରେ ଟଙ୍କା ଠକେଇ କରି ନେଇଛି। ଏହି ସମୟ ମଧ୍ୟରେ ସେ ଏଚଡିଏଫ୍ସି ବ୍ୟାଙ୍କ ତରଫରୁ କୌଣସି ଏସ୍ଏମ୍ଏସ ଅଥବା ଓଟିପି ପାଇନାହାନ୍ତି। କିନ୍ତୁ ତାଙ୍କୁ ଗତ ୧୬ ତାରିଖ ଦିନ ଏଚ୍ଡିଏଫ୍ସି ବ୍ୟାଙ୍କରୁ ଏକ ଏସ୍ଏମ୍ଏସ ଆସିଥିଲା ଯେ, ୨୦୨୨ ମେ’ ୧୫ ତାରିଖ ଦିନ ତାଙ୍କ ଆକାଉଣ୍ଟରୁ ୧,୯୦,୦୦୦ ଉଠାଣ ହୋଇଛି। ତା’ପରେ ଶ୍ରୀ ସିଂହ ଜାଣିବାକୁ ପାଇଲେ ତାଙ୍କ ଆକାଉଣ୍ଟରୁ ମୋଟ ୪୧ ଲକ୍ଷ ୨୫ ହଜାର ଟଙ୍କା କେହି ଦୁର୍ବୃତ୍ତ ଉଠାଇଛି। ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/f5c7baf9-fc23-4a21-8566-5a69905343f1.jpg)