ଭୁବନେଶ୍ବର: ଗ୍ରାମାଂଚଳରେ ରୋଜଗାର ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ ପାଂଚବର୍ଷ ପାଇଁ ୪୮୪.୧୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହି ଅର୍ଥରାଶିର ବ୍ୟବସ୍ଥା ହୋଇଛି । ଏହାଦ୍ୱାରା କୃଷି ଉଦ୍ୟୋଗୀଙ୍କୁ ରିହାତି ପ୍ରଦାନରେ ସହାୟକ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଦ୍ୱାରା ରାଜ୍ୟର କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହେବ । ଫଳସ୍ୱରୂପ କୃଷି କ୍ଷେତ୍ରରେ ଦ୍ରୁତ ଆଧୁନିକୀକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି। କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ଜୁନ ୨୦୧୮ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ ହୋଇଥିଲା।