ଏପ୍ରିଲରେ ୪୧୮ ଅମାନିଆ ଗିରଫ, ସାଢେ ୫ କୋଟିର ଜୋରିମାନା ଆଦାୟ : ଡିଜି

ସମସ୍ତେ ମାନନ୍ତୁ କୋଭିଡ୍ ନିୟମ : ଡିଜି

ଭୁବନେଶ୍ବର : ସମସ୍ତଙ୍କ ସୁରକ୍ଷା ପାଇଁ କୋଭିଡ୍ ନିୟମ ପାଳନ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଲୋକମାନଙ୍କୁ ନିବେଦନ କରିଛନ୍ତି । ଲୋକମାନେ କଟକଣା ନ ମାନିଲେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରାଇଦେଇଛନ୍ତି ।

ସେ କହିଛନ୍ତି ଯେ, ପୁଲିସ ବାହିନୀର ମୁଖ୍ୟ କାମ ହେଉଛି ଅପରାଧୀଙ୍କୁ ଧରିବା ଓ ଅପରାଧକୁ ରୋକିବା । ଏହି କାମ କରି ପୁଲିସ ବାହିନୀ ସନ୍ତୋଷ ପାଇଥାଏ । ମାତ୍ର ସାଧାରଣ ଲୋକମାନଙ୍କୁ ଦଣ୍ଡିତ କରିବାକୁ ପୁଲିସକୁ ଭଲ ଲାଗୁନାହିଁ, କିନ୍ତୁ ଏପରି କରିବାକୁ ବାଧ୍ୟ ହେଉଛି, କାରଣ ଅଧିକାଂଶ ଲୋକ ନିୟମ ମାନୁଥିବାବେଳେ କିଛି ଲୋକ ଅମାନିଆ ହେଉଛନ୍ତି । ଚଳିତ ଏପ୍ରିଲ ମାସରେ ମାସ୍କ  ନ ପିନ୍ଧିବାରୁ ପ୍ରାୟ ୫ କୋଟି ୨୪ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି । ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ବ ପାଳନ ନ କରିବା ପାଇଁ ମୋଟ ୫ କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଅନ୍ୟପକ୍ଷରେ କଟକଣା ମାନୁନଥିବାରୁ ୩୫୦ ଦୋକାନୀ, କୋଚିଂ ସେଣ୍ଟରକୁ ସିଲ କରାଯାଇଛି ଓ ପ୍ରାୟ ୪୧୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏପ୍ରିଲ ମାସରେ ୧୮ ହଜାରରୁ ଅଧିକ ଗାଡ଼ି ଜବତ ହୋଇଛି ଓ ୭ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ଅନ୍ୟପକ୍ଷରେ ଏପ୍ରିଲରେ ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ ହୋଇଛି ।

 

ସମ୍ବନ୍ଧିତ ଖବର