ଭୁବନେଶ୍ବର: ଆଜି ରାଜ୍ୟରେ ୪୧୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
22. Mayurbhanj: 174
23. Nawarangpur: 75
24. Nayagarh: 82
25. Nuapada: 58
26. Puri: 265
27. Rayagada: 29
28. Sambalpur: 113
29. Sonepur: 90
30. Sundargarh: 201
31. State Pool: 243New Recovery: 3704
Cumulative Tested: 2860410
Positive: 188311
Recovered: 149379
Active Case: 38158— I & PR Department, Odisha (@IPR_Odisha) September 22, 2020
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୫୮୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୮୩, ଗଞ୍ଜାମ ଜିଲ୍ଲାରୁ ୩୫, ବଲାଙ୍ଗୀର ଜିଲ୍ଲାରୁ ୧୧୪, ବାଲେଶ୍ବର ଜିଲ୍ଲାରୁ ୧୫୦, କୋରାପୁଟ ଜିଲ୍ଲାରୁ ୬୩, ଭଦ୍ରକ ଜିଲ୍ଲାରୁ ୩୪, ରାୟଗଡ଼ା ଜିଲ୍ଲାରୁ ୨୯, ପୁରୀ ଜିଲ୍ଲାରୁ ୨୬୫, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୧, ଜଗତସିଂହପୁର ଜିଲ୍ଲାରୁ ୧୦୪, ସମ୍ବଲପୁର ଜିଲ୍ଲାରୁ ୧୧୩, କଳାହାଣ୍ଡି ଜିଲ୍ଲାରୁ ୧୦୫, ଯାଜପୁର ଜିଲ୍ଲାରୁ ୧୮୭, କନ୍ଧମାଳ ଜିଲ୍ଲାରୁ ୭୪, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୨୬, ମାଲକାନଗିରି ଜିଲ୍ଲାରୁ ୭୨, ଗଜପତି ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୧୭୪ , ଝାରସୁଗୁଡ଼ା ଜିଲ୍ଲାରୁ ୮୪, ଢେଙ୍କାନାଳ ଜିଲ୍ଲାରୁ ୫୪, ନବରଙ୍ଗପୁର ଜିଲ୍ଲାରୁ ୭୫, କେନ୍ଦୁଝର ଜିଲ୍ଲାରୁ ୩୩, ସୁବର୍ଣ୍ଣପୁର ଜିଲ୍ଲାରୁ ୯୦, ଅନୁଗୁଳ ଜିଲ୍ଲାରୁ ୧୦୭, ବରଗଡ଼ ଜିଲ୍ଲାରୁ ୧୨୮, ନୂଆପଡ଼ା ଜିଲ୍ଲାରୁ ୫୬, ଦେବଗଡ଼ରୁ ୧୨ ଓ ବୌଦ୍ଧ ଜିଲ୍ଲାରୁ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୧,୪୯,୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୧୫୮ ରହିଛି।