ମାଲକାନଗିରି ଜିଲ୍ଲାର ୨ ନିର୍ବାଚନ ମଣ୍ଡଳୀରେ ୪,୧୯,୫୭୦ ଭୋଟର ଘୋଷିତ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ଡିଆରଡିଏ ସଭାଗୃହରେ ଆଜି ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକରେ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳରେ ୪ ଲକ୍ଷ ୧୯ ହଜାର ୫୭୦ ଭୋଟର ରହିଥିବା ଘୋଷଣା କରାଯାଇଥିଲା। ଗତ ଜାନୁଆରି ୫ ତାରିଖ ଠାରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ହୋଇଥିବା ଭୋଟର ସଂଶୋଧନ କାର୍ଯ୍ୟକ୍ରମ ପରେ ଆଜି ଏହା ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଉପସ୍ଥିତ ରହି ଏହି ଘୋଷଣା କରିଥିଲେ।ଗତ ଜାନୁଆରି ୫ ତାରିଖ ଠାରୁ ନଭେମ୍ବର ୮ ତାରିଖ ମଧ୍ୟରେ ନୂତନ ଭୋଟର, ମୃତ ଭୋଟରଙ୍କୁ ବାଦ ଦେବା ଏବଂ ଦୁଇ ଦୁଇଟି ସ୍ଥାନରେ ଭୋଟରଙ୍କ ନାମ ରହିଥିବାରୁ ଗୋଟିଏକୁ ରଦ୍ଦ କରିବା ଭଳି ସମସ୍ତ ଯାଞ୍ଚ ପରେ ଆଜି ଏହି ଭୋଟରର ତାଲିକା ଘୋଷଣା କରାଯାଇଛି।

ତେବେ ଆସନ୍ତା ଡିସେମ୍ବର ୮ ତାରିଖ ଭିତରେ ଯଦି କାହାର କୌଣସି ଆପତ୍ତି ଥାଏ ତେବେ ଆବେଦନ କରିପାରିବେ ବୋଲି ନିର୍ବାଚନ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଭୋଟ ସଂଶୋଧନ ପରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ମାଲକାନଗିରି ବ୍ଲକରେ ପୁରୁଷ ଭୋଟର ୩୪୪୩୨, ମହିଳା ଭୋଟର ୩୬୩୧୯ ଏବଂ ଅନ୍ୟ ଭୋଟର ସଂଖ୍ୟା ୧ ରହିଥିବା ବେଳେ ମୋଟ ୭୦୭୫୨।

କୋରକୋଣ୍ଡା ବ୍ଲକରେ ପୁରୁଷ ଭୋଟର ସଂଖ୍ୟା ୫୮୦୫, ମହିଳା ଭୋଟର ୬୦୩୦ ଏବଂ ଅନ୍ୟ ଭୋଟର ୨ ରହିଥିବା ବେଳେ ମୋଟ ବୋଟର ସଂଖ୍ୟା ୧୧୮୩୭। କାଲିମେଳା ବ୍ଲକରେ ପୁରୁଷ ଭୋଟର ୪୫୧୩୩, ମହିଳା ଭୋଟର ୪୫୧୦୭ ଏବଂ ଅନ୍ୟ ଭୋଟର ୧୦ ରହିଥିବା ବେଳେ ମୋଟ ଭୋଟର ସଂଖ୍ୟା ୯୦୨୫୦। ପଡିଆ ବ୍ଲକରେ ପୁରୁଷ ଭୋଟର ୧୪୪୨୪, ମହିଳା ଭୋଟର ୧୫୦୭୧ ଏବଂ ଅନ୍ୟ ଭୋଟର ନଥିବା ବେଳେ ମୋଟ ଭୋଟର ୨୯୪୯୫।ଚିତ୍ରକୋଣ୍ଡା ବ୍ଲକର ପୁରୁଷ ଭୋଟର ୨୦୩୧, ମହିଳା ଭୋଟର ୨୩୧୧ ଏବଂ ଅନ୍ୟ ଭୋଟର ନଥିବା ବେଳେ ମୋଟ ଭୋଟର ୪୩୪୨। ପୌର ପରିଷଦରରେ ପୁରୁଷ ଭୋଟର ୧୧୦୬୨, ମହିଳା ଭୋଟର ୧୧୪୫୫ ଏବଂ ଅନ୍ୟ ଭୋଟର ୨ ଥିବା ବେଳେ ମୋଟ ଭୋଟର ସଂଖ୍ୟା ୨୨୫୧୯ ରହିଛନ୍ତି।

ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିରେ ମାଥିଲି ବ୍ଲକରେ ପୁରୁଷ ଭୋଟର ୩୧୯୪୧, ମହିଳା ଭୋଟର ୩୪୪୨୪ ଏବଂ ଅନ୍ୟ ଭୋଟର ସଂଖ୍ୟା ୧ ଥିବା ବେଳେ ମୋଟ ଭୋଟର ସଂଖ୍ୟା ୬୬୩୬୬। ଖଇରପୁଟ ବ୍ଲକରେ ପୁରୁଷ ଭୋଟର ୧୭୪୬୧, ମହିଳା ଭୋଟର ୨୦୧୨୦ ଏବଂ ଅନ୍ୟ ଭୋଟର ନଥିବା ବେଳେ ମୋଟ ଭୋର ସଂଖ୍ୟା ୩୭୫୮୧। ଚିତ୍ରକୋଣ୍ଡା ବ୍ଲକରେ ପୁରୁଷ ଭୋଟର ୧୬୫୧୦, ମହିଳା ଭୋଟର ୧୮୨୧୦ ଏବଂ ଅନ୍ୟ ଭୋଟର ନଥିବା ବେଳେ ମୋଟ ଭୋଟର ସଂଖ୍ୟା ୩୪୭୨୦। କୋରକୋଣ୍ଡା ବ୍ଲକରେ ପୁରୁଷ ଭୋଟର ୧୯୬୬୭, ମହିଳା ଭୋଟର ୨୦୬୦୮ ଏବଂ ଅନ୍ୟ ଭୋଟର ୩ ଥିବା ବେଳେ ମୋଟ ଭୋଟର ସଂଖ୍ୟା ୪୦୨୭୮। କାଲିମେଳା ବ୍ଲକରେ ପୁରୁଷ ଭୋଟର ସଂଖ୍ୟା ୨୦୩୧, ମହିଳା ଭୋଟର ୧୯୦୭ ଏବଂ ଅନ୍ୟ ଭୋଟର ନଥିବା ବେଳେ ମୋଟ ଭୋଟର ୪୦୦୧ ରହିଛନ୍ତି। ବାଲିମେଳା ଏନଏସିରେ ପୁରୁଷ ଭୋଟର ୩୬୪୫, ମହିଳା ଭୋଟର ୩୭୭୯ ଏବଂ ଅନ୍ୟ ଭୋଟର ସଂଖ୍ୟା ୫ ରହିଥିବା ବେଳେ ମୋଟ ଭୋଟର ସଂଖ୍ୟା ୭୪୨୯ ରହିଛି।

ତେବେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୯ ହଜାର ୧୯୫ ହୋଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ୧ ଲକ୍ଷ ୯୦ ହଜାର ୩୭୫ ଜଣ ରହିଛି। ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଅଜୟ କୁମାର ମାଣ୍ଡାଙ୍ଗି, ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି, ଅକ୍ଷୟ ନାୟକ, ଜ୍ଞାନ ରଂଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର