ଭୁବନେଶ୍ବର : ଆଇଏନ୍ଏସ୍ ଚିଲିକା ଭାରତୀୟ ନୌସେନାର ପ୍ରଶିକ୍ଷଣ କେନ୍ଦ୍ରର ୪୧ତମ ବାର୍ଷିକ ଉତ୍ସବ ଚଳିତ ମାସ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମରିକ କର୍ମଚାରୀ, ଡିଏସ୍ସି, ଏମ୍ଇଏସ୍ ଏବଂ ପ୍ରତିରକ୍ଷା କର୍ମଚାରୀ ଏବଂ ସେମାନଙ୍କ ପରିବାରର ସଦସ୍ୟମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ କମାଣ ଅଧିକାରୀ କମୋଡ଼ର ଏନ୍ସି ପ୍ରଦୀପ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମହିଳା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ର ନିୟମାନୁସାରେ ଅନୁଷ୍ଠିତ ହୋଇଥିଲା।
ଆଇଏନ୍ଏସ୍ ଚିଲିକାର ୪୧ତମ ବାର୍ଷିକ ଉତ୍ସବ
/sambad/media/post_attachments/wp-content/uploads/2021/02/ins-chilika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)