ଚାଷୀ ଆମର ଗର୍ବ ଓ ଗୌରବ, ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ‘କାଳିଆ ଯୋଜନା’ରେ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ସରକାର କାଳିଆ ଯୋଜନାର କିସ୍ତି ଟଙ୍କା ପଠାଇଥିବା କଥା କହିଛନ୍ତି । ସରକାର ମୋଟ ୯୨୦ କୋଟି ଟଙ୍କା ପଠାଇଛନ୍ତି । ଏଥିରେ ମୋଟ ୪୨ ଲକ୍ଷ ଚାଷୀ ପରିବାର ଉପକୃତ ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନା ଚାଷୀଙ୍କ ପାଇଁ ଭଲ ଯୋଜନା । ଏହି ଟଙ୍କା ଲୋକଙ୍କର ମନରେ ଖୁସି ଆଣିଛି । କାଳିଆ ଟଙ୍କା ଚାଷୀର ଋଣଭାର ଲାଘବ କରିଛି । ଚାଷୀମାନେ ଏହି ଟଙ୍କାକୁ ଚାଷ କାମରେ ଲଗାଇବେ ବୋଲି ମୋର ବିଶ୍ୱାସ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ ଆମର ଗର୍ବ ଓ ଗୌରବ । ସମାଜ, ଦେଶ ପାଇଁ ଚାଷୀଙ୍କ ଅବଦାନ ଅତୁଳନୀୟ । ଗତବର୍ଷ କୋଭିଡ ବେଳେ ଚାଷୀମାନେ ଅର୍ଥନୀତିକୁ ବଳ ଦେଇଥିଲେ । ମୋ ରାଜ୍ୟର ଚାଷୀ ଭଲରେ ରହୁ, ସେଥିପାଇଁ କାମ କରୁଛି । ଚାଷ କାମ ପାଇଁ ଲକଡାଉନ କଟକଣା ନାହିଁ । କିନ୍ତୁ କୋଭିଡ ନିୟମ ମାନି ଚାଷ କରନ୍ତୁ । ଏଥର ଭଲ ପାଗ ରହୁ, ଜଗନ୍ନାଥଙ୍କ ଠାରେ କାମନା କରୁଛି । ଚାଷୀ ପରିବାରର ଉନ୍ନତି ହେଉ ବୋଲି ନବୀନ କହିଛନ୍ତି ।

ସମ୍ବନ୍ଧିତ ଖବର