ଭୁବନେଶ୍ବର: ଆଗାମୀ ୩ ଦିନ ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେବ। ୪ ଦିନ ଭିତରେ ମୌସୁମୀ ଅଗ୍ରସର ପାଇଁ ସ୍ଥିତି ଅନୁକୂଳ ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଏବେ ମାଲକାନଗିରି ଓ କୋରାପୁଟରେ ସକ୍ରିୟ ରହିଛି। ଏବେ ପର୍ଯ୍ୟନ୍ତ ୯୧.୪ମିଲିମିଟର ବର୍ଷା ହେବା କଥା, କିନ୍ତୁ ୩୬.୬ ମିଲିମିଟର ବର୍ଷା ହୋଇଛି। ଏପର୍ଯ୍ୟନ୍ତ ୪୨% ନିଅଣ୍ଟିଆ ବୃଷ୍ଟିପାତ ରହିଛି। ରାଜ୍ୟରେ 4 ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ଗୋଟିଏ ସ୍ଥାନରେ ସ୍ଵାଭାବିକ ଠାରୁ ଅଧିକ ବୃଷ୍ଟିପାତ ହୋଇଛି।
୧୯ ତାରିଖ ପରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ମଧ୍ୟ କୁହାଯାଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କ ବି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/7f7aed3c-b92f-4991-bb7e-9f179cbacba7.jpeg)