ଫାଇନ ଜାଲରେ ଅଟୋ ସହ ସରକାରୀ ଗାଡି, ଆଦାୟ ହେଲା ୪୨ ହଜାର ଟଙ୍କା

ଭୁବନେଶ୍ୱର: ଟ୍ରାଫିକ ନିୟମ ଭାଙ୍ଗି ପୁଣି ଫସିଲେ ଅଟୋ ଚାଳକ । ପକେଟରୁ ଗଣିଲେ ୨୭ ହଜାର ଟଙ୍କା ଫାଇନ୍ । ଗତକାଲି ଅଟୋ ଡ୍ରାଇଭର ଉପରେ ୪୭,୫୦୦ ହଜାର ଟଙ୍କାର ଫାଇନ ହୋଇଥିବା ବେଳେ ଆଜି ଆଉ ଜଣେ ଅଟୋ ଡ୍ରାଇଭରଙ୍କ ଉପରେ ଫାଇନ ଚଡ଼କ ପଡିଛି । ବାଣୀବିହାର ଫ୍ଲାଏ ଓଭର ଉପରେ ୫ଟି ନିୟମ ଉଂଲଘନ କରିଥିବା ଅଭିଯୋଗରେ ୨୭ ହଜାର ଟଙ୍କାର ଫାଇନ୍ ଦେବାକୁ ପଡିଛି । ଅଟୋ ଡ୍ରାଇଭର ଜଣକ ହେଉଛନ୍ତି କବିନ୍ଦ୍ର ସାହୁ ।

ସୂଚନା ମୁତାବକ, ପଲ୍ୟୁସନ୍ ସାର୍ଟିଫିକେଟ ନଥିବାରୁ ୧୦ ହଜାର ଟଙ୍କା, ରେଜିଷ୍ଟ୍ରେସନ ନଥିବାରୁ ୫ ହଜାର, ପରମିଟ ନ ଥିବାରୁ ୧୦ ହଜାର , ଇନସୁରାନ୍ସ ନଥିବାରୁ ୨ ହଜାର ଟଙ୍କାର ଫାଇନ ପଡିଛି । ସେପଟେ ନାଲକୋ ଛକ ନିକଟରେ ବିଏମସି ଗାଡି ଉପରେ ୧୫ ହଜାର ଟଙ୍କାର ଫାଇନ୍ ପଡ଼ିଛି । ଗତକାଲି ଆଚାର୍ଯ୍ୟ ବିହାର ଛକରେ ଜଣେ ଅଟୋ ଚାଳକଙ୍କ ଉପରେ ୫୨ ହଜାର ଟଙ୍କାର ଫାଇନ ଲାଗିଥିଲା । ୫୨ ହଜାର ଟଙ୍କା ଦେଇ ନ ପାରିବାରୁ ଅଟୋଟିକୁ ଜବତ ମଧ୍ୟ କରାଯାଇଛି ।

ସେପଟେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ, ଅଧିକ ଫାଇନ ଆଦାୟ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ, କିନ୍ତୁ ଆଇନକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଲୋକଙ୍କୁ ଏବେ କଷ୍ଟ ଲାଗୁଛି । କିନ୍ତୁ ପରବର୍ତ୍ତୀ ସମୟରେ ଜନସାଧାରଣ ସଚେତନ ହୋଇଯିବେ ବୋଲି ପୁଲିସ କମିସନର କହିଛନ୍ତି ।

ସମ୍ବନ୍ଧିତ ଖବର