ମୁକ୍ତା ଯୋଜନାରେ ୩୭ଟି ପୌରସଂସ୍ଥା ପାଇଁ ୪୨୩.୮୭ କୋଟି ମଞ୍ଜୁର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା)ରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅଧୀନରେ ଥିବା ୧୦ଟି ଜିଲ୍ଲାର ୩୭ଟି ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୨୩କୋଟି ୮୭ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ବାକି ୨୦ଟି ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର ହେବ ବୋଲି କୁହାଯାଇଛି।

ଏବେ ମୟୂରଭଞ୍ଜ, ବା‌େ‌ଲଶ୍ବର, ଯାଜପୁର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ରେ ବିଭିନ୍ନ ପୌରାଞ୍ଚଳରେ ଜଳବାୟୁ ପ୍ରତିରୋଧକ କାର୍ଯ୍ୟ, ଛୋଟ ପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଭେଣ୍ଡିଂ ଜୋନ୍, ପିଲାଙ୍କ ପାଇଁ ଖେଳ ପଡ଼ିଆ, ୱାକିଂ ଟ୍ରାକ୍, ଜଳାଶାୟ ପୁନରୁଦ୍ଧାର କାର୍ଯ୍ୟ, ବହମୁଖୀ କମ୍ୟୁନିଟି ହଲ୍‌, ୱାଲ୍ ପେଣ୍ଟିଂ, ସହର ସୌନ୍ଦର୍ଯ୍ୟୀକରଣ ଭଳି କାର୍ଯ୍ୟ ହେବ। ୱାର୍ଡ ସ୍ତରରେ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସୁବିଧା‌ସୁଯୋଗ ଯୋଗାଇ ଦେବାକୁ ଏହି କାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ୩୭ଟି ପୌରସଂସ୍ଥାର ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ଗତ ୨ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁକ୍ତା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଏହି ଅର୍ଥ ଅନୁମୋଦନ କରିଛନ୍ତି।

ସମ୍ବନ୍ଧିତ ଖବର