କାଗଜପତ୍ର ନ ଥିବା ବାଇକରେ, ବିନା ହେଲମେଟରେ ଓ ରଙ୍ଗ ରୁଟରେ ଯାଉଥିଲେ ୩ ନାବାଳକ; ପଡ଼ିଲା ୪୨,୫୦୦ ଟଙ୍କାର ଜରିମାନା

ଭଦ୍ରକ:  ନାବାଳକ ବାଇକ୍ ଚାଳକଙ୍କ ଉପରେ  ମୋଟା ଅଙ୍କର ଜରିମାନା କଷିଛି ପରିବହନ ବିଭାଗ । ଆଇନ ଅମାନ୍ୟ କରିଥିବାରୁ ଗାଡ଼ି ଉପରେ ୪୨, ୫୦୦ ଟଙ୍କାର ଫାଇନ୍ କଷିଛି ଭଦ୍ରକ ଆରଟିଓ । ରଙ୍ଗ ରୁଟରେ ଯିବା ସହ ଗାଡ଼ିର କୌଣସି କାଗଜପତ୍ର ନ ଥିବାରୁ ଭଦ୍ରକର ଜଣେ ନାବାଳକ ଛାତ୍ରଙ୍କୁ ଜରିମାନା କରିଛନ୍ତି ପରିବହନ କର୍ମଚାରୀ ।

ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ବି ଚେତୁ ନାହାନ୍ତି ଲୋକେ । ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି। ଗତ ୬ ତାରିଖ ଦିନ ଭଦ୍ରକର ଜଣେ କଲେଜ ଛାତ୍ରଙ୍କ ଠାରୁ ଟ୍ରାଫିକ୍ ଆଇନ୍ ଉଲ୍ଲଂଘନ ନେଇ ଜରିମାନା ଆଦାୟ କରିଛି ଆରଟିଓ । ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ କହରାପୋଖରୀ ଛକ ନିକଟରେ ଗୋଟିଏ ହିରୋହୁଣ୍ଡା ଗ୍ଲାମର ବାଇକରେ ୩ ଜଣ କଲେଜ ଛାତ୍ର ବିନା ହେଲମେଟରେ ଯିବା ସହ ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ । କେବଳ ଏତିକି ନୁହେଁ, ପୁଣି ଦ୍ରୁତ ଗତିରେ ବି ଗାଡ଼ି ଚଳାଉଥିଲେ କଲେଜ ଛାତ୍ର ।

ଦ୍ରୁତ ଗାଡ଼ିଚାଳନା ଦେଖି ତିନି ଜଣଙ୍କୁ ଅଟକାଇ କାଗଜ ପତ୍ର ଯାଞ୍ଚ କରାଯାଇଥିଲା ।  ଗାଡ଼ିରେ ବସିଥିବା ତିନି ଜଣ ଯାକ ଛାତ୍ର ନାବାଳକ ଥିଲେ ବୋଲି ଆଧାର କାର୍ଡ଼ ଦେଖିବା ପରେ ଜଣାପଡ଼ିଥିଲା । ଫଳରେ ଟ୍ରାଫିକ୍ ଆଇନ୍ ଉ୍ଲଲଂଘନ  କରିଥିବାରୁ ୪୨, ୫୦୦୦ ଟଙ୍କାର ଚାଲାଣ କାଟିଥିଲେ ଭଦ୍ରକ ଆଟିଓ ।

ସମ୍ବନ୍ଧିତ ଖବର