୨୪ ଘଣ୍ଟାରେ ଓଡ଼ିଶାରେ ୪୨୭୦ଟି ନୂଆ ମାମଲା, ମୋଟ ସଂଖ୍ୟା ୧.୬୨ ଲକ୍ଷକୁ ବୃଦ୍ଧି 

ଭୁବନେଶ୍ୱର :  ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୨୭୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୯୨ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୭୮ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

BusinessDay

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୨୭୦ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଟି ଓ କଟକ ଜିଲ୍ଲାରୁ ୩୭୪ ଟି ମାମଲା ରହିଛି ।  ସେହିପରି ପୁରୀରୁ ୨୮୭ଟି, ଜଗତସିଂହପୁରରୁ ୧୮୮, ବରଗଡ଼ରୁ ୧୮୩, ବାଲେଶ୍ୱରରୁ ୧୫୦, ଅନୁଗୁଳରୁ ୧୪୭ଟି, ମୟୁରଭଞ୍ଜରୁ ୧୩୧, ଝାରସୁଗୁଡ଼ାରୁ ୧୨୧, ନୂଆପଡ଼ାରୁ ୧୧୯, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୭ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୮୭ ଟି, ନବରଂଗପୁରରୁ ୮୬ଟି, କୋରାପୁଟରୁ ୮୩ଟି, ରାୟଗଡ଼ାରୁ ୮୦ଟି, ସୋନପୁରରୁ ୭୪ଟି, ଭଦ୍ରକରୁ  ୫୫ଟି, ନୟାଗଡ଼ରୁ ୪୭ଟି, ସୁନ୍ଦରଗଡ଼ରୁ ୩୮ଟି,  ଢେଙ୍କାନାଳରୁ ୬୩ଟି ମାମଲା ଚିହ୍ନଟ ହୋଇଛି ।

 

୪୨୭୦ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୬୪୭୩ ଥିବାବେଳେ ୧୨୫୭୩୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୧୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୫୬୭୭୭୭ ଟି କରୋନା ପରୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର