ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଫଳ, ପାସ୍‌ ହାର ୪୩.୬୨ ପ୍ରତିଶତ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ପ୍ରକାଶ ପାଇଛି। ଯେଉଁମାନେ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଦେଇଥିଲେ ସେମାନେ ଏବେ ସେମାନଙ୍କ ଫଳାଫଳ ଅନ୍‌ଲାଇନରୁ ଦେଖିପାରିବେ। ମାଟ୍ରିକ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳାଫଳ bseodisha.ac.in ସାଇଟ୍‌ରେ ଦେଖିପାରିବେ। ଗଣମାଧ୍ୟମ ରିପୋର୍ଟ ମୁତାବକ, ସମୁଦାୟ ୪୩.୬୨ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍‌ ହୋଇଛନ୍ତି।

ଏହା ବ୍ୟତୀତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବି ପ୍ରକାଶ ପାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପାସ୍‌ ହାର ରହିଛି ୬୩.୪୪ ପ୍ରତିଶତ।

ଉଲ୍ଲେଖଯୋଗ୍ୟ, ସମୁଦାୟ ୨୬,୨୯୬ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୨୬,୨୩୯ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଘୋଷଣା ହୋଇଛି। ୧୧,୪୪୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପରୀକ୍ଷା ଫଳାଫଳ ଦେଖିବା ପାଇଁ bseodisha.ac.in ସାଇଟ୍‌କୁ ଯାଆନ୍ତୁ। ସେଠାରେ ନିଜର ରୋଲ୍‌ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ। ଡିସ୍‌ପ୍ଲେରେ ଆପଣଙ୍କ ଫଳାଫଳ ଦୃଶ୍ୟମାନ ହେବ।

ସମ୍ବନ୍ଧିତ ଖବର