ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ମୃତ, ଖୋର୍ଦ୍ଧାରୁ ସର୍ବାଧିକ ୭

ଭୁବନେଶ୍ବର :  ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୬୩୩ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯ଼ାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ମୃତ୍ୟୁବରଣ କରିଥିବାବେଳେ ବରଗଡ଼ ଓ କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ଝାରସୁଗୁଡ଼ା ଓ ପୁରୀରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ଓ କୋରାପୁଟରୁ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବଲଙ୍ଗୀର,ବୌଦ୍ଧ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାୟଗଡ଼ା, କେନ୍ଦ୍ରାପଡ଼ା, କଳାହାଣ୍ଡି, କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯ଼ୋଗ୍ୟ ଯ଼େ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୩୧  ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର