ରାଉରକେଲା: ଜିଲ୍ଲାରେ ତାପମାତ୍ରା କ୍ରମଶଃ ଆଶାତୀତ ବୃଦ୍ଧି ପାଉଛି। ପ୍ରବଳ ତାତି ସାଙ୍ଗକୁ ଟାଣ ଖରା ଅସହ୍ୟ ହେଲାଣି। ଅନ୍ୟୁନ ଆଉ ୩/୪ ଦିନ ଏହାଜାରି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ପୂର୍ବାନୁମାନ କରିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ଥିବା ରେକର୍ଡ କରାଯାଇଛି। କ୍ରମବର୍ଦ୍ଧିଷ୍ଣୁ ଖରା ଯୋଉଁ ଜିଲ୍ଲାବାସୀ କିନ୍ତୁ ଛଟପଟ ହେଲେଣି। ଗମନାଗମନଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି।
ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ପାର୍ କରିବା ନିତିଦିନିଆ ହେଲାଣି। ୨୭ ତାରିଖରେ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରି ଥିବାବେଳେ ୨୬ ତାରିଖରେ ୪୩ ଡିଗ୍ରି ରହିଥିଲା। ଏହା ପୂର୍ବରୁ ଗତ ୨୦ ତାରିଖରେ ଜିଲ୍ଲାର ତାପମାତ୍ରା ୪୩ ଡିଗ୍ରି ଛୁଇଁଥିଲା। ଜିଲ୍ଲା ତୁଳନାରେ ରାଉରକେଲା ସହରାଞ୍ଚଳର ତାପମାତ୍ରା ମଧ୍ୟ ବେଶ୍ ଉପରେ। ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ଦ୍ବାରା ରେକର୍ଡ କରାଯାଉଥିବା ତଥ୍ୟ ଅନୁସାରେ, ଆଜି ସହରର ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି ରହିଥିଲା। ଏହାପୂର୍ବରୁ ସହରରେ ଗତ ୧୯, ୨୦ ଓ ୨୧ ତାରିଖ ତାରିଖରେ ଏହା ୪୩ ଡିଗ୍ରି ପାର୍ ହୋଇଥିଲା। ଉକ୍ତ ଦିନଗୁଡ଼ିକରେ ଯଥାକ୍ରମେ ସହରର ତାପମାତ୍ରା ୪୩.୬ ଡିଗ୍ରି, ୪୩.୮ ଡିଗ୍ରି ଓ ୪୩.୪ ଡିଗ୍ରି ରହିଥିଲା। ଅନ୍ୟ ଦିନ ଗୁଡ଼ିକରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହୁଛି।
/sambad/media/post_attachments/wp-content/uploads/2022/04/7-29.jpg)
ଚଳିତବର୍ଷର ପ୍ରଚଣ୍ଡ ଖରା କିନ୍ତୁ ସମାଜର ସବୁବର୍ଗର ଲୋକଙ୍କୁ କଳବଳ ଗଲାଣି। ସକାଳ ୯ଟାରୁ ଆରମ୍ଭ ହୋଇଯାଉଥିବା ଖରା ଅପରାହ୍ନ ୫ଟା ଯାଏଁ ବଳବତ୍ତର ରହୁଛି। ଏତଦ୍ବ୍ୟତୀତ ଦିନସାରା ଗରମ ପବନ ପ୍ରବାହିତ ହେଉଥିବାବେଳେ ଦୈନନ୍ଦିନ ଜୀବନଯାପନରେ ବ୍ୟାଘାତ ସୃଷ୍ଟି ହେଉଛି। ବିଶେଷକରି ପୂର୍ବାହ୍ନ ୧୧ଟାରୁ ୩ ଟା ଭିତରେ ଗମନାଗମନ ହ୍ରାସ ପାଉଥିବାବେଳେ ରାସ୍ତାଘାଟ ଖାଁ ଖାଁ ଲାଗୁଛି। ଏସବୁ ଭିତରେ ରାସ୍ତା କଡ଼ରେ ଜୀବନ ବିତାଉଥିବା ବେସାହାରାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଏମାନେ ପୂର୍ବରୁ ବୁଲି ବୁଲି ଭିକ୍ଷାବୃତ୍ତି କରି ଜୀବନ ଜିଉଁଥିବାବେଳେ ଏବେ ଏସବୁ ବନ୍ଦ ହୋଇଯାଇଛି। ଫଳରେ ଖାଲି ପେଟରେ ଏମାନେ ଦିନସାରା ଗଛମୂଳେ ଶୋଇ ରହୁଛନ୍ତି। କେତେକ ସ୍ଥାନରେ ପୂର୍ବାହ୍ନରେ ଟାଣ ଖରାରେ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ପରିଲକ୍ଷିତ ହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/8-26.jpg)