ବୌଦ୍ଧ: କଣ୍ଟାମାଳ ଅବକାରୀ ବିଭାଗ ଚଢ଼ଉ କରି ୪୩୦ କେଜି ଗଞ୍ଜେଇ ଜବତ କରିଛି। ତେବେ ଗଞ୍ଜେଇ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି।
ସୂଚନା ଅନୁସାରେ କଣ୍ଟାମାଳ ଥାନା ନୂଆମୁଣ୍ଡା ଜଙ୍ଗଲ ଅଞ୍ଚଳରୁ ଏକ ବଲେରୋ ପିକ୍ଅପ୍ରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଭାଗକୁ ସୂଚନା ମିଳିଥିଲା। ଫଳରେ କଣ୍ଟାମାଳ ଅବକାରୀ ଥାନାଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସଦଳବଳ ରାସ୍ତାରେ ଛକି ରହିଥିଲେ। ସଂପୃକ୍ତ ଗାଡ଼ିଟି ଆସୁଥିବା ବେଳେ ଚାଳକ ଦୂରରୁ ଅବକାରୀ ଦଳକୁ ଦେଖି ପାରିଥିଲା।
ଚାଳକ ଗାଡ଼ିକୁ ଅଟକାଇ ଜଙ୍ଗଲ ମଧ୍ୟକୁ ଫେରାର ହୋଇ ଯାଇଥିଲା। ଗାଡ଼ି (ଓଆର–୧୫–କେ–୫୪୨୪)କୁ ଯାଞ୍ଚ କରାଯିବାରେ ଡାଲାରେ ଗଞ୍ଜେଇ ଭର୍ତ୍ତି ବସ୍ତା ଥିବା ଜଣାଯାଇଥିଲା। ଓଜନ ପରେ ତାହା ୪୩୦ କେଜି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/16-7.jpg)