ବାଲି ବୋଝେଇ ଟିପର ସହ ୪୩୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପୁଲିସ ପକ୍ଷରୁ ଗତକାଲି ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ ଏକ ବାଲି ବୋଝେଇ ଟିପରକୁ ଜବତ କରାଯାଇଛି। ଏହି ଟିପରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଗତକାଲି ରାତିରେ ପାଡୁଆ ପୁଲିସ ପକ୍ଷରୁ ଥାନା ନିକଟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଛକ ନିକଟରେ ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ ଯାନବାହନ ଯାଞ୍ଚ କରାଯାଉଥିଲା। ଯାନବାହନ ଯାଞ୍ଚ ସମୟରେ ପାଡୁଆ ପାର୍ଶ୍ବରୁ ଏକ ବାଲି ବୋଝେଇ ଟିପର (ଓଆର୧୮ସି-୨୬୧୬) ଆସୁଥିବା ଦେଖି ସନ୍ଦେହରେ ପୁଲିସ ଅଟକାଇ ଥିଲା। ଯାଞ୍ଚ କରିବା ସମୟରେ ଟିପରରେ ବାଲି ବୋଝେଇ ଥିବା ବେଳେ ଏଥିରେ ଚୋରା ଗଞ୍ଜେଇ ଥିବା ଜଣା ପଡିଥିଲା। ଗଞ୍ଜେଇ ଥିବା ଜାଣି ପାରି ସଙ୍ଗେ ସଙ୍ଗେ ଟିପର ଜବତ କରାଯିବା ସହ ଲମତାପୁଟ ଅଞ୍ଚଳର ଡ୍ରାଇଭର ଚନ୍ଦ୍ର ପାଙ୍ଗିଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା।

ସ୍ଥାନୀୟ ତହସିଲଦାର ନରସିଂହ ଗାଦବଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ୪୩୨ କେଜି ବୋଲି ଜଣାପଡ଼ିଛି।ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏଏସଆଇ ଗୌରାଙ୍ଗ ସାହୁ, ହାବିଲଦାର ସି.ଏଚ୍‌ ତ୍ରିନାଥ, କନଷ୍ଟେବଳ ମନୋଜ କୁମାର ନିମାଲପୁରୀ ଏବଂ ଥାନା କର୍ମଚାରୀ ସାମିଲ ଥିଲେ। ପାଡୁଆ ଥାନା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବର ତଦନ୍ତକାରୀ ଅଧିକାରୀ ଏସ୍ଆ‌ଇ ଶୁକ୍ରା ମାଢି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର