ରାଜ୍ୟରେ ୪୩୩୯ ନୂଆ କରୋନା ଆକ୍ରାନ୍ତ 

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୨୬ ଜଣ, ବାଲେଶ୍ୱରରୁ ୨୯୬ ଜଣ, ବରଗଡ଼ରୁ ୬୮ ଜଣ, ଭଦ୍ରକରୁ ୨୦୯ଜଣ, ବଲାଙ୍ଗୀରରୁ ୫୩ ଜଣ, ବୌଦ୍ଧରୁ ୫୪ ଜଣ, କଟକରୁ ୪୮୦ ଜଣ, ଦେବଗଡ଼ରୁ ୨୬ ଜଣ, ଢେଙ୍କାନାଳରୁ ୧୪୪ ଜଣ, ଗଜପତିରୁ ୩୬ ଜଣ, ଗଞ୍ଜାମରୁ ୨୯ ଜଣ, ଜଗତସିଂହପୁରରୁ ୧୪୩ ଜଣ, ଯାଜପୁରରୁ ୨୦୭ ଜଣ, ଝାରସୁଗୁଡ଼ାରୁ ୧୩ ଜଣ, କଳାହାଣ୍ଡିରୁ ୬୨ ଜଣ, କନ୍ଧମାଳରୁ ୬୨ ଜଣ, କେନ୍ଦ୍ରାପଡ଼ାରୁ ୧୮୧ ଜଣ, କେଉଁଝରରୁ ୯୨ ଜଣ, କୋରାପୁଟରୁ ୬୫ ଜଣ, ମାଲକାନଗିରିରୁ ୫୦ ଜଣ, ମୟୁରଭଞ୍ଜରୁ ୧୫୮ ଜଣ, ନବରଙ୍ଗପୁରରୁ ୭୮ ଜଣ, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୪ ଜଣ, ପୁରୀରୁ ୨୫୫ ଜଣ, ରାୟଗଡ଼ାରୁ ୬୪ ଜଣ, ସମ୍ୱଲପୁରରୁ ୫୪ଜଣ, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୧୭୮ ଓ ଷ୍ଟେଟ ପୁଲରୁ ୧୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୬୧୨୧  ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭୯୬୭୯୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୫୯୨୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଗତ ୨୪ ଘଣ୍ଟାରେ ୭୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର