୪୩ ବର୍ଷ ଗଲାଣି, ସରୁନି ମରାମତି

ଶ୍ରୀମନ୍ଦିରର ଶ୍ରୀ ଲୁଣ୍ଠୁଛି ଏଏସ୍‌ଆଇ!

ପୁରୀ: ଶ୍ରୀମନ୍ଦିରକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଥମୁନି। ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଗର୍ଭଗୃହ ଦର୍ଶନ ବନ୍ଦକୁ ନେଇ ଚର୍ଚ୍ଚାକୁ ଆସିଛି। ସେବାୟତ ଓ ଏଏସ୍‌ଆଇକୁ ନେଇ ଏ ପ୍ରକାର ଏକ ବିଭ୍ରାଟ ଉପୁଜିଛି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଧୀରେ ଧୀରେ ଆଇନ ଜାଲରେ ଫସି ଯାଉଛି। ଫଳରେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ନେଇ ଲାଗି ରହୁଥିବା ବିବାଦ ବର୍ଷ ବର୍ଷ ଗଡିଯାଉଛି। ଶ୍ରୀମନ୍ଦିର ସିଂହଦ୍ଵାରରେ ଲାଗିଥିବା ଦଶ ଅବତାର ମୂର୍ତ୍ତିି ଲାଗିବା ପ୍ରସଙ୍ଗ ବିବାଦ ଭିତରେ ଛନ୍ଦି ହୋଇପଡିଛି। ଫଳରେ ଭକ୍ତ ଦଶବତାର ମୂର୍ତ୍ତି ଦର୍ଶନ ବିନା ଶ୍ରୀମନ୍ଦିରକୁ ଯାଉଛି। ଦଶବତାର ମୂର୍ତ୍ତିିକୁ କାଢିଥିବା ଏଏସ୍‌ଆଇ ଏ ମୂର୍ତ୍ତିିକୁ ଲଗାଉ ନାହିଁ। ବିଦାଦ, ଆଇନର ଆଳ ଦେଖାଇ ଏଏସ୍‌ଆଇ ଏ ପ୍ରସଙ୍ଗକୁ ଭୁଲି ଯାଇଛି। ଫଳରେ ଶ୍ରୀମନ୍ଦିର ପ୍ରବେଶ ପଥ ସିଂହଦ୍ଵାରରେ ଥିବା ଦଶ ଅବତାର ମୂର୍ତ୍ତିି ଲାଗି ପାରୁନାହିଁ। ଶ୍ରୀମନ୍ଦିରକୁ ଶ୍ରୀହୀନ କରି ରଖିବାକୁ ଚକ୍ରାନ୍ତ କରାଯାଉଛି। ଏଏସ୍‌ଆଇ ମରାମତି, ସଂରକ୍ଷଣ ଆଳରେ ଶ୍ରୀମନ୍ଦିରର ଶ୍ରୀଲୁଣ୍ଠନ କରୁଥିବା ଭକ୍ତ ଓ ସେବାୟତମାନେ ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କ ଦଶ ଅବତାର ବିବାଦକୁ ନେଇ ଏହି ମୂର୍ତ୍ତିି ଲାଗି ପାରୁନାହିଁ। ଫଳରେ ଗତ ୮ ବର୍ଷ ହେବ ବିନା ଦଶ ଅବତାର ମୂର୍ତ୍ତିରେ ଶ୍ରୀମନ୍ଦିର ରହିଛି। ଏ ପ୍ରସଙ୍ଗକୁ କେହି କେବେ ଗୁରୁତ୍ଵ ଦେଉନାହାନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଏଏସ୍‌ଆଇ ମରାମତି ଆଳରେ ପ୍ରହସନ କରୁଛି ବୋଲି ସେବାୟତ ପ୍ରତିକ୍ରିୟାରେ କହିଛନ୍ତି। ଆଉ କେତେ ଦିନ ନେଲେ ଏଏସ୍‌ଆଇ ଶ୍ରୀମନ୍ଦିର ମରାମତି କରିବ ତାହାର ଏକ ସତ୍ୟପାଠ ହାଇକୋର୍ଟରେ ଦାଖଲ ହେବା ଉଚିତ ବୋଲି ଭକ୍ତ ସେବାୟତ ମତ ରଖିଛନ୍ତି। ଗତ ୧୯୭୫ରୁ ଶ୍ରୀମନ୍ଦିର ମରାମତି ଦାୟିତ୍ଵ ନେଇଥିବା ଏଏସ୍‌ଆଇ ଗତ ୪୩ ବର୍ଷ ହେବ ମରାମତି କରୁଛି। ଶ୍ରୀମନ୍ଦିର ନିର୍ମାଣ ଠାରୁ ମରାମତି ପାଇଁ ଏଏସ୍‌ଆଇ ଅଧିକ ଦିନ ନେଲାଣି ବୋଲି ଗବେଷକ, ଭକ୍ତ ମତ ରଖିଛନ୍ତି। ମହାପ୍ରଭୁଙ୍କ ମନ୍ଦିରର ସଂରକ୍ଷଣ ହେଉ, ମାତ୍ର ସଂରକ୍ଷଣ ନାମରେ ଶ୍ରୀମନ୍ଦିର ଶ୍ରୀକୁ ଲୁଣ୍ଠନ କରାନଯାଉ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର