ପୁରସ୍କୃତ ହେବେ ୪୪ ଦକ୍ଷ ପୁଲିସ

କଟକ : ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଜୟଦେବ ଭବନରେ ଆୟୋଜିତ ଏକ ଉତ୍ସବରେ ପୁଲିସ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ୪୪ ଜଣ ପୁଲିସ ଅଫିସର ଏବଂ କର୍ମଚାରୀଙ୍କୁ ପୁଲିସ ମେଡାଲ୍‌ ପ୍ରଦାନ କରାଯିବ ।

ସାହସିକତା ପାଇଁ ପୁଲିସ ମେଡାଲ ପାଇବାକୁ ଥିବା ୧୭ ଜଣଙ୍କ ମଧ୍ୟରେ ଅଛନ୍ତି ହାବିଲଦାର ଭବାନୀ ପ୍ରଧାନ, ସୁବେଦାର କିରଣ କୁମାର, କନେଷ୍ଟବଳ ମନୋରଞ୍ଜନ ନାୟକ, ଉଦୟ ଶଙ୍କର ପାତ୍ର, ଧନେଶ୍ୱର ମୁଦୁଲି, ସର୍ଜେଣ୍ଟ ଟୁନୁ ସାହୁ, କନେଷ୍ଟବଳ ପ୍ରେମାନନ୍ଦ ପ୍ରଧାନ, ମହାଦେବ ଗହୀର, ହେମନ୍ତ ପ୍ରଧାନ, ଏସ୍‌ଆଇ ବିକାଶ ପାତ୍ର, କନେଷ୍ଟବଳ ରାଜ୍‌ କିଶୋର ପ୍ରଧାନ, ହୃଷିକେଶ ଜାଲ୍‌, ସିପାହୀ ରାମ ଚନ୍ଦ୍ର ହେମ୍ବମ୍‌, କନେଷ୍ଟବଳ ସାମନ୍ତ ମାଝି, ପୁଷନ ମନ୍ଦାରିଣୀ ସୋରେନ୍‌, ସର୍ଜେଣ୍ଟ ସାନ୍ତନୁ କୁମାର ପ୍ରଧାନ, ହାବିଲ୍‌ଦାର ଅମିତ କୁମାର ବିଶ୍ୱାଳ। ସେହିପରି ରାଷ୍ଟ୍ରପତି ପୁଲିସ ପଦକ ସ୍ପେଶାଲ ବ୍ରାଞ୍ଚର ଅତିରିକ୍ତ ଏସ୍‌ପି ରବିନ୍ଦ୍ର କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯିବ। ପୁଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଟ ୮ ଜଣଙ୍କୁ ପୁଲିସ ମେଡାଲ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ସେମାନଙ୍କ ମଧ୍ୟରେ ଅଛନ୍ତି ଅତିରିକ୍ତ ଏସ୍‌ପି କାର୍ତ୍ତିକେଶ୍ୱର ସାମଲ, ଏଆଇଜି କିଶୋର କୁମାର ଡଙ୍ଗାୟତ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନରେଶ କୁମାର ପଟେଲ, ଏସ୍‌ଆଇ ବିଜୟ କିଶୋର ଦାସ, ହାବିଲ୍‌ଦାର ମହମ୍ମଦ ସବିର, ଗୌତମ ଚରଣ ସ୍ୱାଇଁ, କନେଷ୍ଟବଳ ସାଗର ଚରଣ ଗୁଇଆ, ସଂଯୁକ୍ତା ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ। ପୁଲିସ ପ୍ରଶିକ୍ଷଣରେ ଦକ୍ଷତାର ସହିତ କାର୍ଯ୍ୟ କରିଥିବାରୁ ୩ ଜଣଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମେଡାଲ୍‌ ପ୍ରଦାନ କରାଯିବ। ସେମାନେ ହେଉଛନ୍ତି ଇନ୍‌ସ୍ପେକ୍ଟର ସୀମାରେଖା ପଣ୍ଡା, ହାବିଲ୍‌ଦାର ବିମଳ କୁମାର ତମାଙ୍ଗ, ହାବିଲ୍‌ଦାର ଅରୁଣ କୁମାର ପଣ୍ଡା।

ରାଜ୍ୟପାଳ ମେଡାଲ୍‌-୨୦୧୭ ଚଳିତ ବର୍ଷ ୧୫ ଜଣଙ୍କୁ ପ୍ରଦାନ କରାଯିବ। ମେଡାଲ ପାଇବାକୁ ଥିବା ତାଲିକାରେ ଅଛନ୍ତି ଡିଆଇଜି ଯତିନ୍ଦ୍ର କୋଏଲ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରା, ଏସ୍‌ଓଜିର ଡେପୁଟି କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଭିଜିଲାନ୍ସ ବିଭାଗର ଏଆଇଜି ଅଶ୍ୱିନୀ କୁମାର ମହାନ୍ତି, ଏସ୍‌ଆଇଡବ୍ଲୁ ଇନ୍‌ସ୍ପେକ୍ଟର ସୁରେଶ କୁମାର ବଳ, ଭୁବନେଶ୍ୱର କମିସନରେଟ୍‌ ଇନ୍‌ସ୍ପେକ୍ଟର ହିମାଂଶୁ ଭୂଷଣ ସ୍ୱାଇଁ, ଭିଜିଲାନ୍ସ ଇନ୍‌ସ୍ପେକ୍ଟର କେ. ବେଣୁ ଗୋପାଳ ଆଚାର୍ଯ୍ୟ, ଏସ୍‌ଓଜିର ଡେପୁଟୀ ସୁବେଦାର ଅଶୋକ କୁମାର ବ୍ରହ୍ମା, ଭିଜିଲାନ୍ସର ଏସ୍‌ଆଇ ଗୋକୁଳାନନ୍ଦ ନଳିଆ, କମିସନରେଟ୍‌ ପୁଲିସ ମୁଖ୍ୟାଳୟର ଏଏସ୍‌ଆଇ ଚିତ୍ତରଞ୍ଜନ ନାୟକ, ଭିଜିଲାନ୍ସର ଏଏସ୍‌ଆଇ ମନୋରଞ୍ଜନ ସାମଲ, କନେଷ୍ଟବଳ ସତ୍ୟବାଦୀ ମଲ୍ଲିକ, ବରଗଡ଼ର କଲ୍ୟାଣୀ ବଢ଼େଇ, ଆସିଷ୍ଟାଣ୍ଟ ଡ୍ରାଇଭର୍‌ ଫକିର ମୋହନ ସାହୁ।

ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ଏସ୍‌.ସି. ଜମିରଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଗୃହ ବିଭାଗ ଅତିରିକ୍ତ ସଚିବ ଅସିତ କୁମାର ତ୍ରିପାଠୀ, ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର