ଖୋର୍ଧ‌ାରେ ସଂକ୍ରମଣ ୪୪ହଜାର ଟପିଲା: ଦିନକରେ ୨୨୭୫ ପଜିଟିଭ୍, ୧୭ ମୃତ

ଭୁବନେଶ୍ବର: ‌ରାଜ୍ୟରେ କ‌ରୋନା ସଂକ୍ରମଣ ତାଲିକାରେ ଆଗରେ ରହିଥିବା ଖୋର୍ଧା ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୪ହଜାର ଟପିଛି। ଗତ ୨୪ଘଣ୍ଟାରେ ଖୋର୍ଧାରୁ ଚିହ୍ନଟ ୩୬୪ ରୋଗୀଙ୍କୁ ମିଶାଇ ଏହା ୪୪,୨୮୮କୁ ବୃଦ୍ଧି ପାଇଛି। ରାଜ୍ୟର ସମୁଦାୟ ସଂକ୍ରମଣର ଏହା ହେଉଛି ୧୭.୨ ପ୍ରତିଶତ। ଉଭୟ ରାଜ୍ୟ ଓ ଖୋର୍ଧା ଜିଲ୍ଲାରେ ଗତ କିଛିଦିନ ହେବ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଛି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୯୩୭କୁ ବୃଦ୍ଧି ପାଇଛି। ରାଜ୍ୟରେ ସଂକ୍ରମଣ କମିଥିଲେ ହେଁ, ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ୧୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ମୟୂରଭଞ୍ଜରୁ ସର୍ବାଧିକ ୪ଜଣ ରହିଛନ୍ତି। ଏହାଛଡ଼ା ଭୁବନେଶ୍ବରରୁ ୩, ପୁରୀ, ସୁନ୍ଦରଗଡ଼ରୁ ୨ ଲେଖାଏଁ, ସମ୍ବଲପୁର, ବାଲେଶ୍ବର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୦୫୭କୁ ବୃଦ୍ଧି ପାଇଛି। ଗଞ୍ଜାମରେ ସର୍ବାଧିକ ୨୨୨, ଖୋର୍ଧା ୧୭୯, କଟକ ୮୮, ପୁରୀ ୭୧, ବାଲେଶ୍ବର ୫୯, ସୁନ୍ଦରଗଡ଼ ୪୯, ରାୟଗଡ଼ା ୩୯, ମୟୂରଭଞ୍ଜ ୩୬, ବଲାଙ୍ଗୀର ୨୬, ସମ୍ବଲପୁର ୨୫, ଗଜପତିରେ ୨୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ତେବେ ଯେଉଁଭଳି ଭାବେ ପ୍ରତ୍ୟେକ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଛି ତାହା ଉଦ୍‌ବେଗଜନକ।

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ୧୫୦, କଟକ ୧୪୪, ଅନୁଗୁଳ ୧୩୬, ବାଲେଶ୍ବର ୧୧୧, ମୟୂରଭଞ୍ଜ ୧୧୦, ଝାରସୁଗୁଡ଼ା ୧୦୦, ଯାଜପୁର ୮୨, ବଲାଙ୍ଗୀର ୭୭, ପୁରୀ ୭୧, ନୂଆପଡ଼ା ୬୯, କେନ୍ଦ୍ରାପଡ଼ା ୬୮, ଷ୍ଟେଟ୍‌ ପୁଲ ୬୭, ବରଗଡ଼ ଓ କଳାହାଣ୍ଡିରୁ ୬୪ ଲେଖାଏଁ, ଜଗତସିଂହପୁର ୫୫, ମାଲକାନଗିରି ୫୩, କନ୍ଧମାଳ, ସୋନପୁର ଓ ଭଦ୍ରକରୁ ୫୦ ଲେଖାଏଁ, କୋରାପୁଟ ୩୯, କେନ୍ଦୁଝର ୩୭, ଗଞ୍ଜାମ ୩୬, ରାୟଗଡ଼ା ୩୩, ନୟାଗଡ଼ ୩୧, ଢେଙ୍କାନାଳ ୨୭, ବୌଦ୍ଧ ୨୧,‌ ଦେବଗଡ଼ ୧୫ ଓ ଗଜପତିରେ ୬ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ଖସିବା ସହିତ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟରେ ଏବେ ପ୍ରାୟ ୯ ପ୍ରତିଶତ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଆଜି ରାଜ୍ୟରେ ୨୭୯୬ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୩୨ହଜାର ୯୮୮ ରହିଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଆଜି ୨୨,୮୩୯କୁ ଖସି ଆସିଛି। ଖୋର୍ଧାରୁ ଆଜି ସର୍ବାଧିକ ୫୮୨ଜଣ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୮୬୧ ହୋଇଛି। ସେହିପରି କଟକରୁ ୧୭୯, ଯାଜପୁର ୧୪୮, ପୁରୀ ୧୨୭, ନବରଙ୍ଗପୁର ୧୨୦, ବଲାଙ୍ଗୀର ୧୦୭, ସମ୍ବଲପୁର ୧୦୬, କେନ୍ଦ୍ରାପଡ଼ା ୧୦୨, ବରଗଡ଼ ଓ ନୂଆପଡ଼ାରୁ ୯୭ ଲେଖାଏଁ, ମୟୂରଭଞ୍ଜ ୯୬, ସୁନ୍ଦରଗଡ଼ ୭୭, କଳାହାଣ୍ଡି ୭୬, ବାଲେଶ୍ବର ୭୫, ସୋନପୁର ୭୧, ଜଗତସିଂହପୁର ୫୨, କନ୍ଧମାଳ ୫୦, କୋରାପୁଟ ୪୭, କେନ୍ଦୁଝର ଓ ମାଲକନାଗିରିରୁ ୪୧ ଲେଖାଏଁ, ନୟାଗଡ଼ ୩୭, ଗଞ୍ଜାମ ୩୪, ଢେଙ୍କାନାଳ ୩୩, ଝାରସୁଗୁଡ଼ା ୩୧, ଦେବଗଡ଼ ଓ ଗଜପତିରୁ ୧୭ ଲେଖାଏଁ, ବୌଦ୍ଧ ୫ ଓ ଷ୍ଟେଟ୍‌ ପୁଲରୁ ୧୫୦ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର