ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଥିବା ବେଳେ ଏବେ ୪୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୩୭୪୯ଜଣ ସୁସ୍ଥ ହୋଇଛନ୍ତି | ସୁସ୍ଥ ହୋଇଥିବା ୪୪୦ଜଣଙ୍କ ମଧ୍ୟରେ ୨୧ଟି ଜିଲ୍ଲାର ବାସିନ୍ଦା ରହିଛନ୍ତି | ସୁସ୍ଥ ୪୪୦ ମଧ୍ୟରୁ ଖୋର୍ଦ୍ଧାରୁ ୮୩ଜଣ, ଗଞ୍ଜାମରୁ ୬୮ଜଣ, ବାଲେଶ୍ୱରରୁ ୪୯ଜଣ, ମାଲକାନଗିରିରୁ ୪୦ଜଣ, ଜଗତସିଂପୁରରୁ ୨୩ଜଣ, ଭଦ୍ରକରୁ ୨୧ଜଣ, ମୟୁରଭଞ୍ଜରୁ ୨୦ଜଣ, କୋରାପୁଟରୁ ୧୮ଜଣ, ପୁରୀରୁ ୧୭ଜଣ, ଝାରସୁଗୁଡ଼ାରୁ ୧୨ଜଣ, କେନ୍ଦୁଝରରୁ ୧୨ଜଣ, ନବରଙ୍ଗପୁରରୁ ୧୨ଜଣ, କଟକରୁ ୧୧ଜଣ, ବରଗଡ଼ରୁ ୧୦ଜଣ, ଯାଜପୁରରୁ ୯ଜଣ, ଅନୁଗୁଳରୁ ୯ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, ସୁନ୍ଦରଗଡ଼ରୁ ୬ଜଣ, ବଲାଙ୍ଗୀରିରୁ ୫ଜଣ, ସମ୍ବଲପୁରରୁ ୫ଜଣ ଏବଂ ନୟାଗଡ଼ରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |
Another #COVID19 440 patients have recovered and are being discharged on 22.7.2020.
83 from Khurdha
68 from Ganjam
49 from Balasore
40 from Malkangiri
23 from Jagatsinghpur
21 from Bhadrak
20 from Mayurbhanj
18 from Koraput
17 from Puri
12 from Jharsuguda— H & FW Dept Odisha (@HFWOdisha) July 22, 2020
ସୂଚନା ମୁତାବକ, ଆଜି ରାଜ୍ୟରେ ସର୍ବାଧିକ୧୦୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ସେ ମଧ୍ୟରୁ ୭୨୧ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ୧୯,୮୩୫ରେ ପହଞ୍ଚିଥିଲା | ଏହା ସହ ଆଜି ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ମୃତ୍ୟୁ ସଂଖ୍ୟା ୧୦୮ର ପହଞ୍ଚିଥିଲା |