ରେଳ ଦୁର୍ଘଟଣା: ଘଟଣାସ୍ଥଳକୁ ଗଲା ୪୫ ମୋବାଇଲ ସ୍ବାସ୍ଥ୍ୟ ଟିମ୍‌

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୪୫ଟି ମୋବାଇଲ୍‌ ସ୍ବାସ୍ଥ୍ୟ ଟିମ୍‌ ଦୁର୍ଘଟଣାସ୍ଥଳକୁ ପଠାଯାଇଛି। ଏଥିରେ ଡାକ୍ତରଙ୍କ ସମେତ ପାରାମେଡିକାଲ ଷ୍ଟାଫ୍‌ ରହିଛନ୍ତି। କେନ୍ଦ୍ରାପଡ଼ାରୁ ୫, ଯାଜପୁର ୧୬, ଭଦ୍ରକ ୧୦ ଓ ବାଲେଶ୍ୱରର ୨୪ଟି ଟିମ୍ ରହିଛନ୍ତି। ଏହାସହ ହସ୍ପିଟାଲରେ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଅତିରିକ୍ତ ଔଷଧ ବାଲେଶ୍ୱରକୁ ପଠାଯାଇଛି। ଆବଶ୍ୟକ ପଡ଼ିଲେ, ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଔଷଧାଗାରରୁ ଔଷଧ ପଠାଯିବ।

ସମ୍ବନ୍ଧିତ ଖବର