କାଳିଆପାଣି : ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ପକ୍ଷରୁ ଯାଜପୁର ଓ ରସୁଲପୁର ବ୍ଲକର ସରପଞ୍ଚମାନେ ଗତକାଲି ଏକ ସରକାରୀ ଗସ୍ତରେ ନଗଡ଼ା କ୍ଷେତ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ଦକ୍ଷତା ବିକାଶ ବିଭାଗ ସହକାରୀ ପ୍ରକଳ୍ପ ନିର୍ଦେଶକ (ଏପିଡି) ମଧୁମିତା ପୃଷ୍ଟିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ୫ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣର ଚତୁର୍ଥ ଦିନରେ ଉଭୟ ବ୍ଲକର ମୋଟ୍ ୫୪ ଜଣ ସରପଞ୍ଚଙ୍କ ମଧ୍ୟରୁ ୪୫ ଜଣ ସରପଞ୍ଚ ଉପରନଗଡ଼ା, ମଝିନଗଡ଼ା ଓ ତଳନଗଡ଼ା ବୁଲି ବାସ୍ତବ ପରିସ୍ଥିତି ପରଖିଥିଲେ।
ଏ ଅବସରରେ ନଗଡ଼ା ବିଦ୍ୟାଳୟକୁ ଯାଇ ପିଲାମାନଙ୍କ ସହ କଥା ହୋଇଥିଲେ। ସରକାରଙ୍କ ପକ୍ଷରୁ ନଗଡ଼ା ଭଳି ଦୁର୍ଗମ ଇଲାକାରେ ସେମାନେ ବିକାଶର ସୂତ୍ର ଅନୁଧ୍ୟାନ କରିଥିଲେ। ଜିଲ୍ଲା ମନରେଗା ସଂଯୋଜକ ଚନ୍ମୟ ସିଂ ଓ ଜିଲ୍ଲା ସମ୍ବଳ କେନ୍ଦ୍ରର ବିଭାଗୀୟ ପ୍ରଶିକ୍ଷକ ପ୍ରିୟବ୍ରତ ପତି ପଥ ପ୍ରଦର୍ଶକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/19-13.jpg)