ରାଜ୍ୟରେ ୪୫ ହଜାର ମହିଳା ଉଦ୍ୟୋଗୀ

ଭୁବନେଶ୍ୱର : ରାଜ୍ୟରେ ୪୫,୭୩୦ଟି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମହିଳାମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ୧୯୯୦-୯୧ ମସିହାରୁ ୨୦୧୭-୧୮ ମଧ୍ୟରେ ଏଗୁଡ଼ିକ ପ୍ରତିଷ୍ଠା ହୋଇଛି। ଏଥିରେ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୨୦୧୫-୧୬ ମସିହାରେ ମହିଳାଙ୍କ ଦ୍ୱାରା ସର୍ବାଧିକ ୧୨,୫୮୦ଟି ଉଦ୍ୟୋଗ ସୃଷ୍ଟି ହୋଇଛି। ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ତଥ୍ୟ ଦେଇଛନ୍ତି। ମହିଳାମାନଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ ଉତ୍ସାହିତ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର