ଭଦ୍ରକ: ସୁରତରୁ ବସରେ ଫେରୁଛନ୍ତି ୪୫ ଜଣ ତିହିଡିବାସୀ

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ଏବେ କୋଲକାତା ଫେରନ୍ତା ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଗତକାେଲି ରାତି ୯ଟା ବେଳେ ଗୁଜୁରାଟର ସୁରତ ସହରରୁ ଏକ ବସ୍ ଯୋଗେ ୪୫ ରୁ ଉର୍ଦ୍ଧ୍ବ ତିହିଡିବାସୀ ଫେରୁଥିବାର ସୂଚନା ମିଳିଛି। ଆସନ୍ତାକାଲି ସକାଳେ ଏମାନେ ତିହିଡିରେ ପହଞ୍ଚିବେ ବୋଲି ଜଣାପଡିଛି। ତିହିହିର ବିଭିନ୍ନ ଗାଁରୁ ଏଇ ଲୋକମାନେ ବିଭିନ୍ନ ସମୟରେ ସୁରଟରେ ରହି କାମ ଧନ୍ଦା କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ସୁରଟର ସୂତା କଳରେ ଓ କପଡା ମିଲରେ କାମ କରୁଥିବା ଜଣାପଡିଛି।

କରୋନା କଟକଣା ପରେ ସୁରଟରେ ଥିବା ଅନେକ ସୂତା କଳ ଓ କପଡା କାରଖାନା ସବୁ ବନ୍ଦ ହୋଇଗଲା। ମାଲିକମାନେ କର୍ମକର୍ମଚାରୀଙ୍କୁ ଆଉ କାମ ଧନ୍ଦା ଦେଲେନାହିଁ। ଭୋକ ଉପବାସରେ ଏକ ମାସ ମାସ ହେଲା ସେମାନଙ୍କର ସମୟ ବିତୁଛି। ଗୋଟିଏ ଗୋଟିଏ ରୁମରେ ୧୦ରୁ ୧୨ ଜଣ ଯୁବକ ସାଙ୍ଗ ହୋଇ ରହୁଥିବା ବେଳେ ସିଫ୍ଟ ଅନୁଯାୟୀ ଡିଉଟୀ କରୁଥିଲେ। କାମ ବନ୍ଦ ହେବାରୁ ସେମାନେ ସବୁ ସେଇ ଘରେ ରହି ଦିନ ରାତି ବତାଉଛନ୍ତି। ଏକ ମାସ ହେବ ଅଣନିଶ୍ବାସୀ ଭାବେ ଜୀବନ ବିତାଇବାକୁ ପଡୁଛି ସେମାନଙ୍କୁ। ରାତିରେ ନିଦ ହେଉନି କି ଦିନରେ ଖାଦ୍ୟ ରୁଚୁନି। କେମିତି ଫେରିବେ ନିଜର ଜନ୍ମ ମାଟି ଓଡ଼ିଶା। ଜୀବୀକା ପାଇଁ ସିନା ସୁରଟ୍ ପଳାଇ ଆସିଥିଲୁ। ହେଲେ ଏବେ ଆମ ଗାଁ କଥା ବେଶୀ ବେଶୀ ମନେ ପଡୁଛି ବୋଲି ଜଣେ ସୁରଟ ଫେରନ୍ତା ଯୁବକ ବସରେ ବସି ନିଜର ମନ କଥା‌ ଆମ ପ୍ରତିନିଧିଙ୍କ ସହ ଟେଲିଫେନରେ କଥା ହେଉଥିଲେ।

ତିହିଡି ଅଞ୍ଚଳକୁ ସୁରତରୁ ଫେରୁଥିବା ଏଇ ବସରେ ଯେଉଁ ୪୫ ଜଣ ପ୍ରବାସୀ ରହିଛନ୍ତି। ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ନେଇ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତିହିଡି ତହସିଲଦାର ରମେଶ ପଣ୍ଡା ଏଇ ନେଇ କ୍ବାରେଣ୍ଟାଇନ୍ କେନ୍ଦ୍ର ଜିଲ୍ଲାରେ ଅଧିକରୁ ଅଧିକ ସଂଖ୍ୟକ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସବୁ ପଞ୍ଚାୟତର ଥିବା ଏକାଧିକ ସ୍କୁଲ ଗୃହକୁ କ୍ବାରେଣ୍ଟାଇନ୍ କେନ୍ଦ୍ର କରିବାକୁ ସରପଞ୍ଚମାନଙ୍କୁ ପ୍ରସ୍ଥାବ ଦେଇଛନ୍ତି। ସୁରତ ଫେରନ୍ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯିବ। ରକ୍ତ ନମୁନାର ରିପୋର୍ଟ ଆସିବା ପର୍ୟ୍ୟନ୍ତ ସେମାନଙ୍କୁ କ୍ବାରେଣ୍ଟାଇନରେ ୧୪ ଦିନ ପାଇଁ ରଖାଯିବ। ୧୪ ଦିନ କ୍ବାରେଣ୍ଟାଇନରେ ରହିବା ପରେ ନିଜ ଘରକୁ ଯାଇପାରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର