ପାଟଣାଗଡ଼ : ପାଟଣାଗଡ଼ ବ୍ଲକ୍‌ ଉଲବା ଗ୍ରାମର ଦୁର୍ଯ୍ୟୋଧନ ପଟେଲଙ୍କ ଘରେ ବେଆଇନ ଭାବେ ଗଚ୍ଛିତ ଥିବା ୪୫୧ ବୋତଲ କଫ୍‌ସିରଫକୁ ଅବକାରୀ ବିଭାଗ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ସେହି ଗାଁର ଦୁର୍ଯ୍ୟୋଧନ ପଟେଲଙ୍କୁ ଗିରଫ କରାଯାଇଛି।

Advertisment

ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ପାଟଣାଗଡ଼ ଉଲବା ଗ୍ରାମର ଦୁର୍ଯ୍ୟୋଧନଙ୍କ ଘରେ ବହୁ ପରିମାଣରେ ବେଆଇନ କଫସିରଫ୍ ଗଚ୍ଛିତ ଥିବା ସୂଚନା ମିଳିଥିଲା। ସେଠାରେ ଚଢ଼ଉ କରିବାରୁ ଦୁର୍ଯ୍ୟୋଧନଙ୍କ ଘର ପାଖରେ ଥିବା ପାଳ‌ଗଦାରୁ ୪୫୧ ବୋତଲ କଫ୍‌ସିରଫ୍ ଜବତ କରାଯାଇଥିଲା। ଉକ୍ତ କଫ୍‌ସିରପ୍‌ ସବୁ ରିଙ୍କୁ ନାମକ ଜଣେ ବ୍ୟକ୍ତି ଏହି ପାଳ ଗଦାରେ ରଖିଥିବା ଓ ସେ ନିର୍ଦ୍ଦୋଷ ବୋଲି ଗିରଫ ଦୁର୍ଯ୍ୟୋଧନ ଗଣମାଧ୍ୟମକୁ କହିଛନ୍ତି।