ଭୁବନେଶ୍ବର: ବଢ଼ି ବଢ଼ି ଚାଲିଛି କରୋନା ମିଟର୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୭ ହଜାର ୪୩୦ଜଣ। ଏବେ ବି ସକ୍ରିୟ ଅଛନ୍ତି ୨୮୨୦ ଜଣ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୫ ଜଣ, ବରଗଡ଼ରୁ ୧୯ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୧୫ ଜଣ, କଟକରୁ ୨୬ ଜଣ, ଦେବଗଡ଼ ଓ ଢେଙ୍କାନାଳରୁ ଜଣେ ଲେଖାଏଁ, ଗଜପତିରୁ ୪, ଗଞ୍ଜାମରୁ ୧୩ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କଳାହାଣ୍ଡିରୁ ୨୯ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୭୭ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୦ ଜଣ, ନବରଙ୍ଗପୁରରୁ ୮ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୭୧ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୭୫ ଜଣ ଓ ଷ୍ଟେଟ୍ପୁଲ୍ରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୭୭ ସଂକ୍ରମିତ
/sambad/media/post_attachments/wp-content/uploads/2021/04/Corona-in-Odisha-on-3rd-March_Thumbnail.jpg)