ସେରୋ ସର୍ଭେ ରିପୋର୍ଟ : କଟକ ସହରରେ ୪୬.୩୯% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି

ସାମ୍ବାଦିକ ସମ୍ମିଳନୀରେ ଆରଏମ୍‌ଆରସିର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସୂଚନା

ଭୁବନେଶ୍ୱର: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛିା ଆଂଚଳିକ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଆରଏମ୍‌ଆରସି) ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛିା

ସେରୋ ସର୍ଭେ ନେଇ ଆରଏମ୍‌ଆରସିର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ୨୫ଟି ଓ୍ଵାର୍ଡକୁ କ୍ଲଷ୍ଟର କରାଯାଇ ୧୬୩୪ ଓ ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ନମୁନା ସଂଗ୍ରହ କରାଯାଇଥିଲାା ୨୫ଟି ଓ୍ଵାର୍ଡରୁ ସଂଗୃହୀତ ନମୁନାରୁ ୪୧.୦୮ ପ୍ରତିଶତଙ୍କ ନମୁନାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛିା ସମ୍ବେଦନଶୀଳ ଗୋଷ୍ଠୀରୁ ସଂଗୃହୀତ ନମୁନାରୁ ୫୬.୪୮ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ୧୬ ନମ୍ବର ଓ୍ଵାର୍ଡରୁ ସର୍ବନିମ୍ନ ୨୨ ପ୍ରତିଶତ ଓ ୪୬ ନମ୍ବର ଓ୍ଵାର୍ଡରୁ ସର୍ବାଧିକ ୬୭ ପ୍ରତିଶତଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି।

ଆଣ୍ଟିବଡ଼ି ସୃଷ୍ଟି ହେବା ନେଇ ପୁଅ-ଝିଅ ତଥା ମହିଳା ପୁରୁଷଙ୍କ ମଧ୍ୟରେ କୌଣସି ତାରତମ୍ୟ ଦେଖାଯାଇ ନାହିାଁ ସେରୋ ସର୍ଭେରେ ସିଏମସିର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ରାଜ୍ୟ ସରକାର ଓ ଆର୍‌ଏମ୍‌ଆରସି କର୍ମଚାରୀ ସହଯୋଗ କରିଥିଲ।

ସମ୍ବାଦିକ ସମ୍ମିଳନୀରେ କଟକ ମହାନଗର ନିଗମ (ସିଏମ୍‌ସି) କମିସନର ଅନନ୍ୟା ଦାସ କହିଛନ୍ତି, ନଭେମ୍ବର ୨ରୁ ୫ ତାରିଖ ମଧ୍ୟରେ ସେରୋ ସର୍ଭେ କରାଯାଇଥିଲାା ସର୍ଭେ ପାଇଁ ୨୨୭୪ଟି ନମୁନା ସଂଗ୍ରହ କରାଯାଇଥିଲାା ଆର୍‌ଏମ୍‌ଆରସିର ୫ଟି ଟିମ୍‌ ଆସି ସେରୋ ସର୍ଭେ କରିଥିଲେ।

ଶ୍ରୀମତୀ ଦାସ କହିଛନ୍ତି, କରୋନା କାଳରେ ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗାପୂଜା ପାଳନ କରି କଟକବାସୀ ପ୍ରଶାସନକୁ ସହଯୋଗ କରିଛନ୍ତିା ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛିା ଆଗାମୀ ଧନତେରସ ଓ ଦୀପାବଳିରେ ମଧ୍ୟ ସେମାନେ ପୂର୍ବ ଭଳି ସହଯୋଗ କରନ୍ତୁ। ଏବେ ଆମେ ସରକାରଙ୍କ ଗାଇଡଲାଇନ ମାନି ଚଳିବାା ବୟସ୍କ ଲୋକଙ୍କୁ ଆମେ ସୁରକ୍ଷା ଦେବା। ଗହଳିସ୍ଥାନକୁ ଯିବା ନାହିାଁ ବିବାହ ସମୟରେ ମଧ୍ୟ ଆମକୁ ସରକାରୀ ଗାଇଡଲାଇନ ପାଳନ କରିବାର ଅଛି।

ସମ୍ବନ୍ଧିତ ଖବର