ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସାନଉଡେନ ପଡ଼ିଆ ନିକଟରେ ପୁଲିସ ଅତର୍କିତ ଭାବେ ଚଢଉ କରି ୪୭୬ ବୋତଲ କଫ ସିରଫ୍, ୭୫୦୦ ଟଙ୍କା, ୩ଟି ବାଇକ୍ ଜବତ୍ କରିଛି। ବେଆଇନ କାରବାର ସହିତ ସଂଶ୍ଲିଷ୍ଟ ୩ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ରଶ୍ମିରଞ୍ଜନ ବରିହା (୨୯), ରମେଶ ବରିହା(୨୬) ଓ ଶେଷଦେବ ସେଠ(୨୯)।
/sambad/media/post_attachments/wp-content/uploads/2023/03/6e86efab-3edd-4847-94b4-c5e93e9fd542.jpg)
ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକ ଗାଁଭଟଲି ଗ୍ରାମର ରଶ୍ମିରଞ୍ଜନ ବରିହା ଓ ରମେଶ ବରିହା ନିଜ ନିଜ ବାଇକ ଯୋଗେ ଆସି ସାନଉଡେନ ଗ୍ରାମର ପଡ଼ିଆ ନିକଟରେ ରହିଥିଲେ। ସେମାନେ ବେଆଇନ ଭାବେ କଫ ସିରଫ ବିକ୍ରି କରିବା ଉଦ୍ଦେଶ୍ୟରେ ସେଠାରେ ଛିଡା ହୋଇଥିବା ସୂଚନା ପାଇ ଖପ୍ରାଖୋଲ ପୁଲିସ ସେଠାରେ ଚଢଉ କରିଥିଲା। ସେମାନଙ୍କ ପାଖରେ ବହୁ ପରିମାଣରେ କଫ ସିରଫ ଥିବା ଦେଖି ସେମାନଙ୍କୁ ପୁଲିସ ଥାନାକୁ ଆଣି ତଲାସୀ ଓ ପଚରା ଉଚରା କରିଥିଲା। ସେମାନଙ୍କ ଠାରୁ ୪୦୦ ବୋତଲ କଫ ସିରଫ, ନଗଦ ୭ହଜାର ୫୦୦ ଟଙ୍କା, ୨ ଗୋଟି ବାଇକ ଜବତ୍ କରିଥିଲା। ଅଧିକ ପଚରା ଉଚୁରା ସମୟରେ ସେମାନଙ୍କ ଠୁ ଆହୁରି ତଥ୍ୟ ପାଇ ଲୁହାସିଂହା ଗ୍ରାମର ଶେଷଦେବ ସେଠ ରଘରେ ଚଢଉ କରି ସେଠାରୁ ୭୬ ବୋତଲ କଫ ସିରଫ ଜବତ୍ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଖପ୍ରାଖୋଲ ପୁଲିସ କେସ ନଂ ୪୨/୨୩ ରେ ଏକ ମାମଲା ରୁଜୁ କରି ରଶ୍ମିରଞ୍ଜନ, ରମେଶ ଓ ଶେଷଦେବ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/d72adce5-d987-4ddc-8ff1-e4880d9d62c2.jpg)