୪୭ ଦାଦନଙ୍କୁ ଉଦ୍ଧାର କଲା ଖଡ଼ିଆଳ ପୁଲିସ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ଯାତ୍ରୀବାହୀ ଜନାର୍ଦ୍ଦନ ବସ୍‌ରୁ ୪୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶୁକ୍ରବାର ମଧ୍ୟାହ୍ନରେ କଣ୍ଟାବାଞ୍ଜିରୁ ହାଇଦ୍ରାବାଦ (ବିଜୟଵାଡ଼ା) ଯାଉଥିବା ଘରୋଇ ବସ୍‌ (ଓଡି୦୮ଆର୍‌-୧୦୨୨) ରେ ୩୮ଜଣ ଶ୍ରମିକ ଓ ୯ଜଣ ଶିଶୁ ଯାଉଥିଲେ। ଖବର ପାଇ ଥାନା ଛକ ନିକଟରେ ଖଡ଼ିଆଳ ପୁଲିସ ବସ୍‌କୁ ଅଟକ ରଖିଥିଲା। ଶ୍ରମିକମାନେ ପୁଲିସକୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରେ ଜଣାପଡ଼ିଥିଲା ଯେ ବେଲପଡ଼ା, କନ୍ଧମାଳ, କେସିଙ୍ଗା, ଜୟପାଟଣା ଓ ଲରମ୍ଭାର ଏହି ଶ୍ରମିକମାନେ ଦାଦନ ଖଟିବାକୁ ଯାଉଥିଲେ। ଏମାନଙ୍କୁ ପୁଲିସ ଦାୟିତ୍ୱରେ ନିଜ ନିଜ ଗ୍ରାମରେ ଛଡ଼ାଯିବ ବୋଲି ଆଇଆଇସି କୈଳାସ ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର