କୋରାପୁଟ: କୃଷି ଏବଂ ସହଯୋଗୀ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ସହ ବାଣିଜ୍ୟିକ କୃଷି/ଉଦ୍ୟାନ କୃଷି /ପଶୁପାଳନ/ ମତ୍ସ୍ୟ ଉତ୍ପାଦନ ସମେତ କୃଷି ଭିତ୍ତିକ ଶିଳ୍ପ/ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଣୀତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବା ଏମକେୟୁୱାଇ ପ୍ରତି ଲୋକଙ୍କ ଆଗ୍ରହ ନାହିଁ। ଗତ ୩ ବର୍ଷରେ ୪୭ ଉଦ୍ୟୋଗୀ ଏଥିରେ ଯୋଡ଼ିହେବାକୁ ଆବେଦନ କରିଥିବାବେଳେ କେବଳ ୧୮ ଉଦ୍ୟୋଗୀ ଲାଭ ପାଇବା ଏହାକୁ ସୂଚିତ କରୁଛି।
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଏହା ଏକ ମହତ୍ବାକାଂକ୍ଷୀ ଯୋଜନା ହୋଇଥିଲେ ବି ଏହାର ଲାଭ କୋରାପୁଟର ଚାଷୀ ଓ ଉଦ୍ୟୋଗୀମାନେ ନେଇ ପାରି ନାହାନ୍ତି।
ଗତ ତିନିବର୍ଷ ମଧ୍ୟରେ ୪୭ କୃଷି ଉଦ୍ୟୋଗୀ ଏଥିରେ ଯୋଡ଼ି ହେବାକୁ ଆବଦେନ କରିଥିବାବେଳେ ୧୮ଜଣ ଉଦ୍ୟୋଗୀ ଏହାର ଲାଭ ପାଇଛନ୍ତି। ତେବେ ପ୍ରକଳ୍ପର ଠିକ ଡକ୍ୟୁମେଣ୍ଟସନ ହୋଇ ପାରୁ ନ ଥିବାରୁ ଏହି ଯୋଜନାର ଲାଭ ପାଇ ପାରୁନାହାନ୍ତି ହିତାଧିକାରୀ। ଏହି ଯୋଜନା କୃଷକଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବାବେଳେ ହିତାଧିକାରୀ ବ୍ୟକ୍ତିଗତ, ସହଭାଗୀତା ଉଦ୍ୟୋଗ, ବ୍ୟକ୍ତିବିଶେଷଙ୍କ ସଂସ୍ଥା, ପଞ୍ଜୀକୃତ ଏନଜିଓ, ଏସଏଚଜି ଏବଂ ଘରୋଇ ସୀମିତ କମ୍ପାନୀଗୁଡିକ ଏହାର ଲାଭ ନେଇପାରିବେ। ଏହି ଯୋଜନା ରେ ନିଜକୁ ସାମିଲ କରିବାକୁ ହେଲେ ଆବେଦନକାରୀ ଓଡିଶାର ସ୍ଥାୟୀ ବାସିନ୍ଦା ହେବା ଉଚିତ୍। ଏକ ପଞ୍ଜୀକୃତ ବ୍ୟବସାୟ ସହିତ କୃଷି ଶିଳ୍ପ ମାଲିକମାନେ ଏହି ଆର୍ଥିକ ସହାୟତା କିମ୍ବା ସବସିଡି ଯୋଜନାର ଲାଭ ହାସଲ କରିବାକୁ ସମର୍ଥ ହୋଇପାରିବେ।
କୃଷି ଶିଳ୍ପ ମାଲିକଙ୍କ ପ୍ରତିବର୍ଷର ଆୟ ଅତି କମରେ ୨ ଲକ୍ଷ ଟଙ୍କା ହୋଇଥିବା ଜରୁରୀ। କିନ୍ତୁ ଏହାକୁ ପାଇବାକୁ ଆବଶ୍ୟକ ଡକ୍ୟୁମେଣ୍ଟ୍ ଦାଖଲ କରିପାରି ନ ଥିବାରୁ ଗତ ତିନିବର୍ଷରେ ୪୭ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୧୮ଜଣଙ୍କୁ ଏହି ଯୋଜାନରେ ସାମିଲ କରାଯାଇପାରିଛି। ୨୦୧୯-୨୦ ମସିହାରେ ୯ଜଣ ଆବେଦନ କରିଥିବାବେଳେ ୫ଜଣଙ୍କୁ ଏହି ଯୋଜନା ସାମିଲ କରାଯାଇଥିବାବେଳେ ୨୦୨୦-୨୧ରେ ୯ଜଣଜଣଙ୍କ ମଧ୍ୟରୁ ୨ଜଣଙ୍କୁ ସାମିଲ କରାଯାଇଥିଲା। ୨୦୨୧-୨୨ ମସିହାରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମୁଖ୍ୟଙ୍କ ଅନ୍ତର୍ଭୁକ୍ତି ଯୋଗୁଁ ୩୦ଜଣ ଆବଦେନ କରିଥିବାବେଳେ ଏବେ ଯାଏ ୧୧ ଜଣଙ୍କୁ ଯୋଜନାରେ ଅର୍ନ୍ତଭୂକ୍ତ କରାଯାଇଛି। ଆସନ୍ତା ତିନି ମାସରେ ମଧ୍ୟରେ ବାକି ଉଦ୍ୟୋଗୀଙ୍କୁ ମଧ୍ୟ ଯୋଜନା ଅନନୁସାରେ ସାମିଲ କରାଯିବ ବୋଲି ଜଣାପଡିଛି।
/sambad/media/post_attachments/wp-content/uploads/2022/04/2-23.jpg)
ତେବେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ପ୍ରାୟ ୬୪ ହଜାର ଚାଷୀ ରହିଛନ୍ତି। ପ୍ରାୟ ୪୦ ହଜାର ଚାଷୀ ଉଭୟ ଖରିଫ ଓ ରବି ଋତୁରେ ଚାଷ କରୁଥିବାବେଳେ ୨୪ ହଜାର ଚାଷୀ ଧାନ ଚାଷ ସହ ବାଣିଜ୍ୟିକ କୃଷି/ଉଦ୍ୟାନ କୃଷି /ପଶୁପାଳନ/ ମତ୍ସ୍ୟ ଉତ୍ପାଦନ ସମେତ କୃଷି ଭିତ୍ତିକ ଶିଳ୍ପ/ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଗୁରୁତ୍ବ ଦେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଚାଷୀ ରହୁଥିବାରୁ ସେମାନଙ୍କ ନିକଟରେ ଏହି ଯୋଜନା ପହଞ୍ଚିପାରୁନି। ଫଳରେ ଆବଦେନ କମ୍ ହେଉଥିବାରୁ ତନକ୍ଷୀରେ ଉଦ୍ୟୋଗୀ ବାଦ୍ ପଡୁଥିବା ଜଣପଡିଛି।
ଏନେଇ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ କୁମାର ପରିଡା କହିଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତବର୍ଷ ରାଜ୍ୟରେ କୋରାପୁଟ ଜିଲ୍ଲା ସର୍ବାଧିକ ଭାବେ ଅଧିକ ଉଦ୍ୟୋଗୀଙ୍କୁ ଖୋଜି ବାହାର କରିଛି। ସେମାନଙ୍କୁ ଏହି ଯୋଜନା ବିଷୟରେ ଅବଗତ କରିବା ସହ ଅର୍ଥ ମଧ୍ୟ ବ୍ୟୟବରାଦ କରାଯାଇଛି। ୨୦୨୧-୨୨ ମସିହାରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମୁଖ୍ୟଙ୍କ ଅନ୍ତର୍ଭୁକ୍ତି ଯୋଗୁଁ ୩୦ଜଣ ଆବଦେନ କରିଥିବାବେଳେ ଏବେ ଯାଏ ୧୧ ଜଣଙ୍କୁ ଯୋଜନାରେ ଅର୍ନ୍ତଭୂକ୍ତ କରାଯାଇଛି। ଆସନ୍ତା ତିନି ମାସରେ ମଧ୍ୟରେ ବାକି ଉଦ୍ୟୋଗୀଙ୍କୁ ମଧ୍ୟ ଯୋଜନା ଅନନୁସାରେ ସାମିଲ କରାଯିବ ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/3-21.jpg)