କଳାହାଣ୍ଡିର ୧୦ଟି ବ୍ଳକରେ ଆଜି ପୁଣି ନୂଆ ୪୭ କରୋନା ପିଜିଟିଭ ଚିହ୍ନଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୧୦ଟି ବ୍ଲକରେ ଆଜି ପୁଣିଥରେ ନୂଆ ୪୭ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଲାଞ୍ଜିଗଡ଼ ବ୍ଲକରେ ୧୩ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ନର୍ଲା ବ୍ଲକରେ ୧୩ ଜଣ, କେସିଙ୍ଗା ସହରରେ ୫ ଜଣ, ଭବାନୀପାଟଣା ସହରରେ ୪ ଜଣ , ଗୋଳାମୁଣ୍ଡା ବ୍ଲକରେ ୩ ଜଣ, ମଦନପୁର ରାମପୁର ବ୍ଲକରେ ୩ଜଣ, ଜୁନାଗଡ଼ ବ୍ଳକରେରେ ୩ ଜଣ, ଜୟପାଟଣା ବ୍ଳକରେ ଜଣେ, ଧର୍ମଗଡ଼ ବ୍ଳକରେ ଜଣେ ଏବଂ କର୍ଲାମୁଣ୍ଡା ବ୍ଳକରେ ଜଣେ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତକାଲି ମଧ୍ୟରାତ୍ରିରେ ପ୍ରଶାସନର ପ୍ରେସ ବିଜ୍ଞପ୍ତି ପରେ କେସିଙ୍ଗା ବ୍ଳକରେ ୨ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତଙ୍କ ସହିତ କେଉଁମାନେ ଥିଲେ ତାହାର କଣ୍ଟ୍ରାକ୍ଟଟ୍ରେସିଂ କରାଯାଉଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬୭କୁ ପହଞ୍ଚିଛି ।

ସମ୍ବନ୍ଧିତ ଖବର