ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତଣ୍ଡ ଗ୍ରାମର ଗଣେଶ୍ୱର ବେହେରାଙ୍କ ଗାଡ଼ି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୪୭ ହଜାର ଟଙ୍କା ଲୁଟି ନେଇଛନ୍ତି। ଗଣେଶ୍ୱର ଆଜି ପାଟଣା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୫୦ ହଜାର ଟଙ୍କା ଉଠାଇଥିଲେ। ୩ ହଜାର ଟଙ୍କା ପକେଟରେ ରଖି ବାକି ୪୭ ହଜାର ଟଙ୍କା ନିଜ ଗାଡ଼ି ଡିକିରେ ରଖିଥିଲେ। ସ୍ଥାନୀୟ ପୁଟୁଳିଆ ଗ୍ରାମକୁ କୌଣସି କାମରେ ଯାଇଥିଲେ।

Advertisment

ସେଠାରୁ ଫେରି ପାଟଣା ବଜାରରେ ଡିକି ଖୋଲିବା ବେଳକୁ ସେଥିରେ ଟଙ୍କା ନଥିଲା। ଏନେଇ ସେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି।