ଭୁବନେଶ୍ୱର: ଦିନକୁ ଦିନ ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା | ଗତକାଲି ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା ୪୫୨କୁ ବଢ଼ିଥିବାବେଳେ ଆଜି ୪୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୭୮ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୧୯୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରେ ୧୦ ଜଣ, ବାଲେଶ୍ୱରରେ ୧୫ ଜଣ, ବରଗଡ଼ରେ ୫ ଜଣ, ଭଦ୍ରକରେ ୬ ଜଣ, ବଲାଙ୍ଗୀରରେ ୩୬ ଜଣ, କଟକରେ ୨୨ ଜଣ, ଢେଙ୍କାନାଳ ଓ ଜଗତସିଂହପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
Covid-19 Report For 3rd April
New Positive Cases: 471
In quarantine: 278
Local contacts: 193(Details of local contacts will be shared by concerned District Administration)
District Wise Cases:
1. Angul: 10
2. Balasore: 15
3. Bargarh: 5
4. Bhadrak: 6
5. Balangir: 36— I & PR Department, Odisha (@IPR_Odisha) April 4, 2021
ସେହିପରି ଗଜପତିରେ ୨ ଜଣ, ଗଞ୍ଜାମରେ ୧୨ ଜଣ, ଯାଜପୁରରେ ୧୧ ଜଣ, ଝାରସୁଗୁଡାରେ ୨୩ ଜଣ, କଳାହାଣ୍ଡିରେ ୫୦ ଜଣ, କନ୍ଧମାଳରେ ୩ ଜଣ, କେନ୍ଦ୍ରାପଡାରେ ୨ ଜଣ, କେଉଁଝରରେ ଜଣେ, ଖୋର୍ଦ୍ଧାରେ ୪୦ ଜଣ, କୋରାପୁଟରେ ୭ ଜଣ, ମୟୁରଭଞ୍ଜରେ ୧୬ ଜଣ, ନବରଙ୍ଗପୁରରେ ୧୭ ଜଣ, ନୟାଗଡରେ ୪ ଜଣ, ନୂଆପଡାରେ ୪୨ ଜଣ, ପୁରୀରେ ୧୪ ଜଣ, ରାୟଗଡାରେ ୮ ଜଣ, ସମ୍ବଲପୁରରେ ୨୭ ଜଣ, ସୋନପୁରରେ ୨ ଜଣ, ସୁନ୍ଦରଗଡରେ ୮୫ ଜଣ, ଷ୍ଟେଟ ପୁଲରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୨୦୫ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୩୦୮୫ଟି ସକ୍ରିୟ ମାମଲା ରହିଛି |