ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୯୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୧୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ପ୍ରଥମ ଲହରର ପିକ୍ ଅତିକ୍ରମ କରିଛି। ୨୦୨୦ ସେପ୍ଟେମ୍ବର ୨୫ ତାରିଖରେ ୪୩୫୬ ଥିଲା।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୨ ଜଣ, ବାଲେଶ୍ବର ଜିଲ୍ଲାରୁ ୧୨୩ ଜଣ, ବରଗଡ଼ରୁ ୫୬ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରୁ ୯୯ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୩୬୦ ଜଣ, ଦେବଗଡ଼ରୁ ୩୬ ଜଣ, ଢେଙ୍କାନାଳରୁ ୯ ଜଣ, ଗଞ୍ଜାମରୁ ୭୦ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୬୩ ଜଣ, ଯାଜପୁରରୁ ୮୩ ଜଣ, ଝାରସୁଗୁଡ଼ାରୁ ୧୫୪ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୪୩ ଜଣ, ଖୋର୍ଦ୍ଧାରୁ ୧୬୧୯ ଜଣ, କୋରାପୁଟରୁ ୬୫ ଜଣ,ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୧୧୩ ଜଣ, ନବରଙ୍ଗପୁରରୁ ୩୭ ଜଣ, ନୟାଗଡ଼ରୁ ୩୪ ଜଣ, ନୂଆପଡ଼ାରୁ ୩୨ ଜଣ, ପୁରୀରୁ ୧୧୯ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୪୩୭ ଜଣ, ସୋନପୁରରୁ ୪୬ ଜଣ, ସୁନ୍ଦରଗଡ଼ରୁ ୬୬୨ ଜଣ ଓ ଷ୍ଟେଟ ପୁଲରୁ ୩୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୦ ହଜାର ୮୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୧୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୬ ହଜାର ୧୧୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ଗତକାଲି ତୁଳନାରେ ଆଜି ଭାରତରେ ୧୨.୪୨% କୋଭିଡ ପଜିଟିଭ କେସ ବଢିଥିବା ବେଳେ ରାଜ୍ୟରେ ବଢ଼ିଛି ୨୮.୧୩% କେସ। କେବଳ ଜାନୁଆରି ମାସର ୮ ଦିନରେ ଚିହ୍ନଟ ହେଲେଣି ୧୬୦୩୫ ସଂକ୍ରମିତ ଚିହ୍ନଟ। ଗତକାଲି ତୁଳନାରେ ୧୦୩୫ ମାମଲା ବୃଦ୍ଧି ହୋଇଛି।

ସୂଚନାଯୋଗ୍ୟ, ଗତକାଲି ୩୬୭୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ଉଦବେଗଜନକ ଥିବା ଜଣାଯାଇଛି।