ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ମୋଟ ୪୮ଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ୧୯୭୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ‘ଆମ ଓଡ଼ିଶା’ ସହଯୋଗରେ ରକ୍ତଦାନ ଶିବିର ଆୟୋଜନ କରିଥିବା ଅନୁଷ୍ଠାନମାନେ ହେଲେ ବାପୁଜୀ କ୍ଲବ୍, ସିଆରିଆ, ଢେଙ୍କାନାଳ (୫୪ ୟୁନିଟ୍), ଜୟରାମ ଫିଲିଙ୍ଗ୍ ଷ୍ଟେସନ୍, ରାଇସୁଆଁ, କେନ୍ଦୁଝର(୨୦), ପ୍ରୟାସ ସୋସିଆଲ କ୍ଲବ୍, ବ୍ରହ୍ମପୁର, ଚମ୍ପୁଆ (୩୦), ତାଳଚେର ରକ୍ତଭଣ୍ଡାର (୨୦), କ୍ରାନ୍ତିକାରୀ ଯୁବକ ସଂଘ ଓ ବନଜା ହୁଣ୍ଡା, ଚାନ୍ଦବାଲି, ଭଦ୍ରକ(୪୬), ନେତାଜୀ ଯୁବକ ସଂଘ, ଜାମୁଝାଡ଼ି, ସିମୁଳିଆ, ବାଲେଶ୍ୱର (୫୧), ନେତାଜୀ ଯୁବକ ସଂଘ, ଛଅମୌଜ, ଜଳେଶ୍ୱର (୩୪), ଫାଇଟ୍ କ୍ଲବ୍, ବାଉଁଶଡିହା, ଭୋଗରାଇ (୪୨), ମିଳନ ପଡ଼ିଆ ଦୁର୍ଗାପୂଜା କମିଟି, କରଞ୍ଜିଆ (୫୫), ମୁକ୍ତେଶ୍ୱର ୟୁଥ୍ କ୍ଲବ୍, ମୁଖୁରା, ରେମୁଣା (୪୬), ଜୁମ୍ବା ଫିଟ୍ନେସ୍ କ୍ଲବ୍, ଗିରିରୋଡ଼୍, ବ୍ରହ୍ମପୁର (୩୭), କୁନ୍ତିଦେବୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପିତ୍ତଳ, ଶେରଗଡ଼ (୩୯), ଗାୟତ୍ରୀ ପରିବାର ଓ ଜିଲ୍ଲା ରକ୍ତଦାନ ସମିତି, ଫୁଲବାଣୀ(୭୬), ସମ୍ବାଦ ଭବନ, ରସୁଲଗଡ଼, ଭୁବନେଶ୍ୱର (୨୪), ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ୍, ଖୋର୍ଦ୍ଧା (୨୫), ଆଦର୍ଶ କ୍ଲବ୍, ବେଗୁନିଆ (୬୦), ସେସୁ କାର୍ଯ୍ୟାଳୟ, ନୟାଗଡ଼ (୨୩), ଫେଟ୍ ଫାଇଟର୍ ଓ ଅଭିନୟ ଡ୍ରାମାଟିକ୍ କ୍ଲବ୍, ପୁରୀ (୧୧), ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ତୁଳସୀପୁର, କଟକ (୬୨), ଗୋପଳଜୀଉ ବିଦ୍ୟାପୀଠ, ଏରେଡ଼ା, ନିଆଳି (୬୨), ନେତାଜୀ ୟୁଥ୍ କ୍ଲବ୍, ବାଲିତୁଠ, ଏରସମା (୪୫), ସମୀର ମୋଟର୍ସ, କେନ୍ଦ୍ରାପଡ଼ା(୧୨୧), ଯାଜପୁର ରୋଡ଼୍ ରକ୍ତଭଣ୍ଡାର(୨୧), ଯାଜପୁର ଟାଉନ୍ ରକ୍ତଭଣ୍ଡାର (୧୦), କୋରାପୁଟ କଲଚରାଲ ସୋସାଇଟି, କୋରାପୁଟ(୨୨), ଢେପଗୁଡ଼ା ପ୍ରାଥମିକ ବିଦ୍ୟାଳୟ, ଜୟପୁର (୬୦), ନେତାଜୀ ଯୁବ ସଂଘ, କାଲିମେଳା (୪୪), ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ, ରାୟଗଡ଼ା(୩୫), ସୁନ୍ଦରଗଡ଼ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍, ଆମ ଭାରତୀୟ ଓ ଓଶ୍ରୁ, ରାଉରକେଲା(୧୦୨), ରାଜଗାଙ୍ଗପୁର ଫାଉଣ୍ଡେସନ୍, ରାଜଗାଙ୍ଗପୁର (୬୨), ଲାୟନ୍ସ କ୍ଲବ୍ ଓ କମଳା କଲେକସନ୍, ବଣାଇଁଗଡ଼ (୨୫), ନେହେରୁ ଯୁବକେନ୍ଦ୍ର, ସୁନ୍ଦରଗଡ଼ (୨୯), ବିଜେପି ଯୁବମୋର୍ଚ୍ଚା ଓ ଗଙ୍ଗାଧର ମେହେର ଯୁବକ ସଂଘ, ହୀରାକୁଦ (୪୦), ଭୀମସାର ରକ୍ତଭଣ୍ଡାର, ବୁର୍ଲା (୨୩), ବୀର ସୁରେନ୍ଦ୍ର ସାଏ ମ୍ୟୁଜିୟମ୍, ବାବୁଖିଣ୍ଡା, ରେଙ୍ଗାଳି (୫୩), ନୂଆ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର, କଦଳୀଗଡ଼ (୨୪), ରାଜୀବ ଭବନ, ଅରଡ଼ାବାହାଲ, (୨୨), ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଫର୍’, ବିଜେପୁର (୧୦୧), ପଞ୍ଚାୟତ କାର୍ଯ୍ୟାଳୟ, ସଦାଇପାଲି (୩୫), ପ୍ରାଥମିକ ବିଦ୍ୟାଳୟ, ମୟାଭରା (୨୬), ପ୍ରାାଥମିକ ବିଦ୍ୟାଳୟ, ପାଟଣାଗଡ଼ (୨୨), ପ୍ରାଥମିକ ବିଦ୍ୟାଳୟ, କୁଲିଆଦର, କଣ୍ଟାବାଞ୍ଜି (୧୫), ପ୍ରାଥମିକ ଶିକ୍ଷକଭବନ, ଭବାନୀପାଟଣା(୫୨), ଧର୍ମଗଡ଼ ରକ୍ତଭଣ୍ଡାର (୫୩), ଏଲ୍ ଆଣ୍ଡ ଟି ଶିବିର, ଇନ୍ଦ୍ରାବତୀ ମେଗାଲିଭ୍, ମୁଖିଗୁଡ଼ା, ଜୟପାଟଣା(୪୪), ଅଗ୍ରସେନ ଭବନ, ସୋନପୁର (୨୧), ପୂର୍ତ୍ତ ବିଭାଗ ଡାକବଙ୍ଗଳା, ଝାରସୁଗୁଡ଼ା(୩୧) ଓ ବୌଦ୍ଧ ରକ୍ତଭଣ୍ଡାର (୨୧) । ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ରକ୍ତଦାତା, ରକ୍ତଦାନ ଶିବିର ଆୟୋଜକ ତଥା ସମ୍ବାଦ-ଆମ ଓଡ଼ିଶାର ସମସ୍ତ ସଂଯୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୪୮ ଶିବିରରୁ ୧୯୭୬ ୟୁନିଟ୍ ରକ୍ତ ସଂଗୃହୀତ
ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟବ୍ୟାପୀ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2017/12/ama-odisha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)