ଲକ୍‌ଡାଉନ୍ ପରେ ସଟ୍‌ଡାଉନ: ଜାଣନ୍ତୁ କେଉଁ ଅଂଚଳରେ ରହିବ ୪୮ ଘଣ୍ଟିଆ ସଟ୍‌ଡାଉନ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବରୁ ଲକ୍‌ଡାଉନ୍ ଘୋଷଣା କରିଥିବା ବେଳେ ଆଜି ୪୮ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଆଜି ରାତି ୮ଟାରୁ ଏହି ସଟ୍‌ଡାଉନ୍ ଆରମ୍ଭ ହୋଇଯିବ । ଭୁବନେଶ୍ୱର, କଟକ ଓ ଭଦ୍ରକରେ ଏହା ବାଧ୍ୟତାମୂଳକ ଭାବେ ଲାଗୁ ହେବ । ଏଥି ସହ ଭୁବନେଶ୍ୱର ଉପକଣ୍ଠରେ ମଧ୍ୟ ସଟ୍‌ଡାଉନ୍ ଲାଗୁ ହେବ । ରାଜଧାନୀର ଉପକଣ୍ଠ ଅନ୍ଧାରୁଆ, କାଳରହଙ୍ଗା, ରଘୁନାଥପୁର, ବରିମୁଣ୍ଡା, ଦାରୁଠେଙ୍ଗା/ଚନ୍ଦକା, ଧଉଳି, ଜାଁଳା, ସିଜୁଆ, ବାଳକାଟି, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀରେ ମଧ୍ୟ ସଟ୍‌ଡାଉନ୍ ଲାଗୁହେବ । ସେହିପରି କଟକ ମହାନଗର ନିଗମ ଓ ଭଦ୍ରକ ପୌରପାଳିକା ଅଞ୍ଚଳରେ ସଟ୍‌ଡାଉନ୍ ଲାଗୁ ହେବ ।

ରାଜ୍ୟ ସରକାର ଗତ ମାର୍ଚ୍ଚ ୨୨ ତାରିଖଠାରୁ ଓଡ଼ିଶାରେ ଲକଡାଉନ ଘୋଷଣା କରିଥିଲେ । ସେହିଦିନ କେନ୍ଦ୍ର ସରକାର ସାରା ଭାରତରେ ଜନତା କର୍ଫ୍ୟୁ ଲାଗୁ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଏପ୍ରିଲ ୧୪ ଯାଏଁ ଜାରି ରହିବ ।

ସମ୍ବନ୍ଧିତ ଖବର