୪୮ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଅଶ୍ବିନୀ ମିଶ୍ର ହେଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ୪ ପିଡି-ଡିଆର୍‌ଡିଏ, ୮ ଉପଜିଲ୍ଲାପାଳ ବଦଳିଲେ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଉଭୟ ବରିଷ୍ଠ ଓ କନିଷ୍ଠ ଅଫିସର୍‌ ସ୍ତରରେ ୪୮ ଜଣଙ୍କର ବଦଳି ହୋଇଛି।

ବରିଷ୍ଠ ଓଏଏସ୍‌ ଅଫିସର୍‌ ଅଶ୍ବିନୀ କୁମାର ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ବନ୍ଦୋବସ୍ତ କମିସନର୍ ଅଶୋକ କୁମାର ନାୟକଙ୍କୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲେ ବେଳେ ସେଠାରେ କାର୍ଯ୍ୟରତ ଶରତ ଚନ୍ଦ୍ର ମିଶ୍ରଙ୍କୁ ବନ୍ଦୋବସ୍ତ କମିସନର୍ ଭାବେ ନିଯୁକ୍ତି ଦିଆଯାଇଛି। ବ୍ରତତୀ ହରିଚନ୍ଦନଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ, ମଧୁସୂଦନ ମିଶ୍ର-୨ଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଓ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି।

ଅବନିକାନ୍ତ ପଟ୍ଟନାୟକଙ୍କୁ ବିଏମ୍‌ସି ଯୁଗ୍ମ କମିସନର୍, ଚିତ୍ରସେନ ପଶାୟତଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ, ସୁଦାମ ଚରଣ ମଣ୍ଡଳଙ୍କୁ ଗଞ୍ଜାମ ଡିୟୁଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ବିମଳେନ୍ଦୁ ରାୟଙ୍କୁ ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ, ପ୍ରତାପ କୁମାର ମିଶ୍ରଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ ଓ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଚାରିଟି ଜିଲ୍ଲାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆର୍‌ଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବଦଳାଇ ଦିଆଯାଇଛି। ପ୍ରବୀର କୁମାର ନାୟକଙ୍କୁ କୋରାପୁଟ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ରାମଚନ୍ଦ୍ର ଜେନାଙ୍କୁ ବାଲେଶ୍ବର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଭଦ୍ରକ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ସୁବାସ ଚନ୍ଦ୍ର ରାୟଙ୍କୁ ନୟାଗଡ଼ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ଭବେଶ କୁମାର ନାୟକଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ, ଅନାମ ଚରଣ ପାତ୍ରଙ୍କୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ, କରୁଣାକର ରାଇକାଙ୍କୁ ରାୟଗଡ଼ା ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବିଶ୍ବରଞ୍ଜନ ରଥଙ୍କୁ ବଲାଙ୍ଗୀର ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ସଚ୍ଚିଦାନନ୍ଦ ନାୟକଙ୍କୁ ଏମ୍‌କେସିଜି ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ, ଚିତ୍ରସେନ ରାଉତଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ, ଦିଲ୍ଲୀପ ମହାରଣାଙ୍କୁ ଗଣଶିକ୍ଷା ବିଭାଗର ମୋ ସ୍କୁଲ୍‌ ଅଭିଯାନ ଓଏସ୍‌ଡି, ରମେଶ ଚନ୍ଦ୍ର ସେଠୀଙ୍କୁ ଓଏମ୍‌ସିର ସ୍ବତନ୍ତ୍ର ଅଧିକାରୀ, ଶୈଳେନ୍ଦ୍ର କୁମାର ଜେନାଙ୍କୁ କ୍ରୀଡ଼ା ବିଭାଗର ଉପସଚିବ, ତ୍ରିଲୋଚନ ମହାନ୍ତିଙ୍କୁ ଖୋର୍ଦ୍ଧା ତହସିଲ୍‌ଦାର, ସୁମିତା ସିଂହଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଉପ ସଚିବ, ଆଶିଷ କୁମାର ଜେନାଙ୍କୁ ରାଜସ୍ବ ଅଧିକାରୀ ତାଲିମ୍ ପ୍ରତିଷ୍ଠାନର ଅତିରିକ୍ତ ନି‌େର୍ଦ୍ଦଶକ, ମନୋରଞ୍ଜନ ଭୂୟାଁଙ୍କୁ ଭଦ୍ରକର ଅତିିରିକ୍ତ ଉପଜିଲ୍ଲାପାଳ, ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ଭଦ୍ରକ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ରବି ନାରାୟଣ ତ୍ରିପାଠୀଙ୍କୁ ଗଞ୍ଜାମ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ହେମନ୍ତ କୁମାର ବିହାରୀଙ୍କୁ ପୁରୀ ପୌରପାଳିକାର ଅତିରିକ୍ତ ନିର୍ବାହୀ ଅଧିକାରୀ, ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ମହାନଗର ନିଗମର ଉପ କମିସନର୍, ଦୀନକୃଷ୍ଣ କରଙ୍କୁ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଓଏସ୍‌ଡି, ପ୍ରାଚୀ ମହାପାତ୍ରଙ୍କୁ କୃଷି ବିଭାଗର ଉପସଚିବ, ଲଲାଟେନ୍ଦୁ ସାହୁଙ୍କୁ ପିକେଡିଏର ସଚିବ, ଅବିନାଶ ରାଉତଙ୍କୁ କଟକ ମହାନଗର ନିଗମର ଉପ କମିସନର୍, ସବ୍ୟସାଚ୍ଚୀ ହୋତାଙ୍କୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଆଲଟ୍‌ମେଣ୍ଟ୍‌ ଅଧିକାରୀ, ଅଶୋକ କୁମାର ମହାନ୍ତିଙ୍କୁ ବିଏମ୍‌ସି ଉପ କମିସନର୍ ଓ ରବି ନାରାୟଣ ଜେଠୀଙ୍କୁ ବିଏମ୍‌ସି ଉପକମିସନର୍ ଭାବେ ନିଯୁକ୍ତି ଦିଆଯାଇଛି।

ଆଠଟି ଜିଲ୍ଲା ଓ ସବ୍‌-ଡିଭିଜନ୍‌ରେ ନୂଆ ଉପଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ବଲାଙ୍ଗୀରରେ ସଞ୍ଜୟ କୁମାର ମିଶ୍ର, ବଣାଇରେ ପ୍ରଦୀପ ଡଙ୍ଗ, ଆଠମଲ୍ଲିକରେ ରଜନୀକାନ୍ତ ବିଶ୍ବାଳ, ବରଗଡ଼ରେ ପ୍ରଭାତ ଚନ୍ଦ୍ର ଦଣ୍ଡସେନା, ପାଟଣାଗଡ଼ରେ ସୋମନାଥ ପ୍ରଧାନ, କେନ୍ଦୁଝରରେ ରାମଚନ୍ଦ୍ର କିସ୍କୁ, ନବରଙ୍ଗପୁରରେ ଭାସ୍କର ରାଇତୋ ଏବଂ ହିନ୍ଦୋଳରେ ଉଦୟ କୁମାର ମହାପାତ୍ର।

ସମ୍ବନ୍ଧିତ ଖବର