ଭିମସାର୍‌ରେ ପୁଣି ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ, ସଂକ୍ରମିତ ସଂଖ୍ୟା ୪୮କୁ ବୃଦ୍ଧି

ସମ୍ବଲପୁର: ବୁର୍ଲା ଭିମସାରରେ ପୁଣି ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତିି । ପୂର୍ବରୁ ଏଠାରେ ୩୧ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତ ସଂକ୍ରମିତ କରୋନା ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଏନେଇ ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି ।

ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟ୍‌ଡୋର୍‌କୁ ଚିକିତ୍ସା ପାଇଁ ଆସିଥିଲେ । ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ । ପରୀକ୍ଷାରୁ ପ୍ରଥମେ ୩୧ ଜଣ ଓ ଏବେ ୧୭ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଆଗକୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ବେଳେ ତାହା କରାଯିବ କି ନାହିଁ ସନ୍ଦେହ ଉପୁଜୁଛି ।

ସମ୍ବନ୍ଧିତ ଖବର