କେନ୍ଦ୍ରାପଡ଼ା: ଆଳି ବ୍ଲକ୍ ଅର୍ଗଳ ପଞ୍ଚାୟତରେ ଶତାଧିକ ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବା ଘଟଣାକୁ ନେଇ ସୋମବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଘଟଣାକୁ ଗୁରୁତ୍ବର ସହିତ ନେବା ପରେ ଆଳି ବ୍ଲକ୍ ପ୍ରଶାସନ ପକ୍ଷରୁ ତନାଘନା କରାଯାଇଛି। ଯାଞ୍ଚରେ ଆଜି ସନ୍ଧ୍ୟା ସୁଦ୍ଧା ୪୮ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ଆଳି ବିଡିଓ ମିନତି ଜଗଦ୍ଦେବ ସୂଚନା ଦେଇଛନ୍ତି।
ସ୍କାନର୍ରେ ଆଉ ୨୦୦
ହସ୍ତକ୍ଷେପ କଲେ ପ୍ରମୁଖ ସଚିବ
ଯାଞ୍ଚ କରୁଛୁ, ଭତ୍ତା ବନ୍ଦ ଅଛି: ବିଡିଓ
ଫେବ୍ରୁଆରି ମାସରେ ନୂଆ ହିତାଧିକାରୀ ଭାବେ ଯୋଗ୍ୟ ବିବେଚିତ ଅର୍ଗଳ ପଞ୍ଚାୟତରେ ୩୦୩ଜଣଙ୍କୁ ଭତ୍ତା ଦିଆଯାଇଥିଲା। କିନ୍ତୁ ସେଥିମଧୢରେ ୮୦ ପ୍ରତିଶତ ହିତାଧିକାରୀ ଅଯୋଗ୍ୟ ବୋଲି ବିଜେପି ଅଭିଯୋଗ କରିଥିଲା। ଏ ନେଇ ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଗତ ଅଗଷ୍ଟରେ ଆଳିରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହିତ ୩୦୩ରୁ ୨୪୩ଜଣ ଅଯୋଗ୍ୟ ତଥା ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିବାର ଗୁରୁତର ଅଭିଯୋଗ ଆଣି ଘଟଣାର ତଦନ୍ତ ଦାବି କରିଥିଲେ। ଭୋଟର ପରିଚୟପତ୍ର ସ˚ଶୋଧନ ସମୟରେ ଜାଲ୍ ସ୍କୁଲ୍ ସାର୍ଟିଫିକେଟ୍ ବଳରେ ଭେଣ୍ତିଆ ତଥା ଅଯୋଗ୍ୟ ହିତାଧିକାରୀ ମନଇଚ୍ଛା ବୟସ ବଢ଼ାଇ ୬୦ରୁ ଅଧିକ ଦର୍ଶାଇଥିଲେ। ୨୦୨୩ ବର୍ଷରେ ଯେଉଁ ବ୍ୟକ୍ତିର ପ୍ରକୃତ ବୟସ ୪୭ଥିଲା, ଭୋଟର ସ˚ଶୋଧନ ପରେ ତାହା ବଢ଼ି ୬୫ ହୋଇଯାଇଥିଲା। ଶତାଧିକ ବ୍ୟକ୍ତି ଏପରି କରିଥିବା ଅଭିଯୋଗ ଆସିବା ପରେ ବ୍ଲକ୍ ପ୍ରଶାସନ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟା ସେପ୍ଟେମ୍ବର ମାସରୁ ସମସ୍ତଙ୍କ ଭତ୍ତା ବନ୍ଦ କରି ହାତବାନ୍ଧି ଚୁପ୍ ବସି ଯାଇଥିଲା। ଆଜି ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ପ୍ରମୁଖ ସଚିବ ଘଟଣା ଉପରେ ପଦକ୍ଷେପ ନିଆଯାଉଥିବା ଟ୍ବିଟ୍ରେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ବି ଘଟଣା ଉପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିବା କଥା ଗଣମାଧୢମକୁ କହିଛନ୍ତି। ପ୍ରମୁଖ ସଚିବ ଓ ଜିଲ୍ଲାପାଳ ହସ୍ତକ୍ଷେପ କରିବା ପରେ ଗଲା ଚାରି ମାସ ହେବ ଚୁପ୍ ବସିଥିବା ବ୍ଲକ୍ ପ୍ରଶାସନ ହଠାତ୍ ଆଜି ତତ୍ପରତା ଦେଖାଇଛି।
ବିଡିଓ କହିଛନ୍ତି ଅଭିଯୋଗ ଆଧାରରେ ଯାଞ୍ଚ କରାଯାଇଛି। ନୂଆ ତାଲିକାଭୁକ୍ତ ୩୦୩ଜଣଙ୍କ ମଧୢରୁ ୧୧ଜଣ ବିଧବା/ଭିନ୍ନକ୍ଷମ ମହିଳା ଅଛନ୍ତି। ଭତ୍ତା ପାଇବାକୁ ସେମାନଙ୍କର ବୟସ କଟକଣା ନଥିବାରୁ ସେମାନେ ଯୋଗ୍ୟ। ଅନ୍ୟମାନଙ୍କର ଯାଞ୍ଚ ଭିତରେ ୪୮ଜଣ ଆଜି ସୁଦ୍ଧା ଅଯୋଗ୍ୟ ବାହାରିଛନ୍ତି। ସେମାନଙ୍କ ମଧୢରୁ ୪୨ଜଣ ଜାଲ୍ ସ୍କୁଲ ସାର୍ଟିଫିକେଟ୍ ଓ ଅନ୍ୟ ଛଅ ଜଣ ଆଧାର କାର୍ଡରେ ଜାଲିଆତି କରି ବୟସ ବଢ଼ାଇଥିଲେ। ଏହି ଅଯୋଗ୍ୟ ୪୮ଜଣଙ୍କ କାର୍ଡ ରଦ୍ଦ କରି ଦିଆଯାଇଛି। ଅନ୍ୟମାନଙ୍କ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/money-f.jpg)