ପୁଣି କମିଲା ସଂକ୍ରମିତଙ୍କ ସଂଖ୍ୟା: ରାଜ୍ୟରେ ୪, ୮୪୨ ଜଣ କରୋନା ପଜିଟିଭ ଚିହ୍ନଟ

୬୭୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪, ୮୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୮୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬୭୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୦୪ ଜଣ, ବାଲେଶ୍ୱରରୁ ୧୬୯ ଜଣ, ବରଗଡ଼ରୁ ୭୨ ଜଣ, ଭଦ୍ରକରୁ ୧୦୬ ଜଣ, ବଲାଙ୍ଗୀରରୁ ୧୪୦ ଜଣ, ବୌଦ୍ଧ ଜିଲ୍ଲାରୁ ୨୮, କଟକରୁ ୪୪୩ ଜଣ, ଦେବଗଡ଼ରୁ ୮୫ ଜଣ, ଢେଙ୍କାନାଳରୁ ୮୪ ଜଣ, ଗଜପତିରୁ ୬୫, ଗଞ୍ଜାମରୁ ୫୮ ଜଣ, ଜଗତସିଂହପୁରରୁ ୯୬ ଜଣ, ଯାଜପୁରରୁ ୧୩୪ ଜଣ, ଝାରସୁଗୁଡ଼ାରୁ ୭୦ ଜଣ, କଳାହାଣ୍ଡିରୁ ୧୫୫ ଜଣ, କନ୍ଧମାଳରୁ ୮୦ ଜଣ, କେନ୍ଦ୍ରାପଡ଼ାରୁ ୬୦ ଜଣ, କେଉଁଝରରୁ ୬୯ ଜଣ, ଖୋର୍ଦ୍ଧାରୁ ୧୨୫୩ ଜଣ, କୋରାପୁଟରୁ ୮୧ ଜଣ, ମାଲକାନଗିରିରୁ ୪୩ ଜଣ, ମୟୁରଭଞ୍ଜରୁ ୧୭୯ ଜଣ, ନବରଙ୍ଗପୁରରୁ ୧୨୪, ନୟାଗଡ଼ରୁ ୨୧୦ ଜଣ, ନୂଆପଡ଼ାରୁ ୧୪୨ ଜଣ, ପୁରୀରୁ ୭୬ ଜଣ, ରାୟଗଡ଼ାରୁ ୧୦୧ ଜଣ, ସମ୍ୱଲପୁରରୁ ୧୪୯ ଜଣ, ସୋନପୁରରୁ ୪୨, ସୁନ୍ଦରଗଡ଼ରୁ ୧୫୯ ଜଣ ଓ ଷ୍ଟେଟ ପୁଲରୁ ୨୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୪୧, ୦୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧, ୭୩, ୯୦୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୮, ୫୩୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୫୦୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୨୭ରେ ୫୯୦୧, ଜାନୁଆରି ୨୬ରେ ୭୪୨୬ ଜଣ, ୨୫ରେ ୫,୮୯୧ ଜାନୁଆରି ୨୪ରେ ୭୯୨୧, ଜାନୁଆରି ୨୩ ତାରିଖରେ ୮,୫୨୦ ଜାନୁଆରି ୨୨ରେ ୮,୮୪୫ ଜାନୁଆରି ୨୧ ତାରିଖରେ ୯,୮୩୩, ଜାନୁଆରି ୨୦ ତାରିଖରେ ୧୦,୩୬୮ଜଣ, ଜାନୁଆରି ୧୯ ତାରିଖରେ ୧୧,୬୦୭ ଜଣ, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ, ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର