ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ : ଗତ ୨୪ ଘଣ୍ଟାରେ ୪୮୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପୂର୍ବବର୍ତୀ ୨୪ ଘଂଟାରେ ୪ ହଜାର ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିଲା । ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ ସଂକ୍ରମଣକୁ ଟପି ଯାଇଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୪୮୫୧ ଜଣ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ମାମଲା ୨୦୩୭ଟି ହୋଇଥିବାବେଳେ ୨୮୧୪ଟି କ୍ଵାରେଣ୍ଟିନ ମାମଲା ବୋଲି ଜଣାପଡିଛି | ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି | ଏମାନଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୨ ଜଣ ଥିବାବେଳେ ସୁନ୍ଦରଗଡ, ମୟୁରଭଞ୍ଜ ଓ କଟକରୁ ଜଣେ ଲେଖାଏଁ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି |

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୦୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୧୧, ବାଲେଶ୍ୱରରୁ ୫୨, ବରଗଡାରୁ ୩୧୮, ଭଦ୍ରକରୁ ୭୩, ବଲାଙ୍ଗୀରରୁ ୨୨୭, ବୌଦ୍ଧରୁ ୨୨, କଟକରୁ ୩୦୪, ଦେବଗଡରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମରୁ ୧୫୧, ଜଗତସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୫୮ ଚିହ୍ନଟ ହୋଇଛନ୍ତି |


ସେହିପରି କେଉଁଝରରୁ ୧୬୬, କୋରାପୁଟରୁ ୬୨,ମାଲକାନଗିରିରୁ ୩୧, ମୟୁରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୯୪, ନୟାଗଡ଼ରୁ ୬୬, ନୂଆପଡ଼ାରୁ ୪୮୬, ପୁରୀରୁ ୨୨୩, ରାୟଗଡ଼ାରୁ ୮୫, ସମ୍ୱଲପୁରରୁ ୧୭୧, ସୋନପୁରରୁ ୯, ସୁନ୍ଦରଗଡରୁ ୫୧୬ ଓ ଷ୍ଟେଟପୁଲରୁ ୧୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୮୨୩୧୫ ହୋଇଥିବାବେଳେ ଏବେ ୩୦୯୨୭ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର