ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ପୂର୍ବ ଥର ତୁଳନାରେ ବଢ଼ିଛି। ଏଥର ୪୯ ଜଣ ପ୍ରଫେସର କୁଳପତି ପଦ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଯାହାକି, ପୂର୍ବ ଥର ତୁଳନାରେ ୧୪ ଅଧିକ ହୋଇଥିବା ଜଣାପଡ଼ିଛି। ତେବେ, ୪୯ ଜଣଙ୍କ ମଧ୍ୟରୁ କୌଣସି କାରଣରୁ ୩ ଜଣଙ୍କ ଆବେଦନପତ୍ର ଖାରଜ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ଏବେ ୪୬ ଜଣଙ୍କ ଆବେଦନପତ୍ର ଯାଂଚ କରାଯାଉଛି। ଯାଂଚ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାହା ଚୟନ କମିଟିକୁ ହସ୍ତାନ୍ତର କରାଯିବ।
ସେମାନଙ୍କ ମଧ୍ୟରୁ ଚୟନ କମିଟି ଶ୍ରେଷ୍ଠ ୩ ଜଣଙ୍କ ନାମ କୁଳାଧିପତିଙ୍କୁ ସୁପାରିସ କରିବେ ବୋଲି ଜଣାପଡ଼ିଛି। ସେହି ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରୁ କୁଳାଧିପତି ଜଣକୁ କୁଳପତି ଭାବେ ବାଛିବେ। ପୂର୍ବ ଥର ଏହି ପଦ ପାଇଁ ୩୫ ଜଣ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଫେସର ସଂଜୀବ ମିତ୍ତଲ କୁଳପତି ନିଯୁକ୍ତ ହୋଇଥିଲେ। ଗତ ୨୫ ଜାନୁଆରି ୨୦୨୧ରେ କୁଳପତି ଦାୟିତ୍ବ ନେଇଥିବା ବେଳେ ଗତ ୨୮ ଅଗଷ୍ଟ ୨୦୨୨ରେ ପ୍ରଫେସର ମିତ୍ତଲ ଇସ୍ତଫା ଦେଇଥିଲେ। ତାଙ୍କର ପୂରା କାର୍ଯ୍ୟକାଳ ବିବାଦ ମଧ୍ୟରେ କଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/13-3.jpg)