ବ୍ରଜରାଜନଗର: ବୁନ୍ଦିଆ କଲୋନୀର ଆରତି ଶର୍ମାଙ୍କଠାରୁ ଗତ ୩ ତାରିଖ ସ୍କୁଟି ଡିକି ଭାଙ୍ଗି ହୋଇଥିବା ଲୁଟ୍ ଘଟଣା ସମ୍ପର୍କରେ ପୁଲିସ ମଙ୍ଗଳବାର ସୂଚନା ଦେଇଛି। ଘଟଣାଦିନ ଆରତି ସ୍ଥାନୀୟ ଲମଟି ବାହାଲ ଷ୍ଟେଟ୍ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ରଖିଥିଲେ। ସେହି ବ୍ୟାଗରେ ତାଙ୍କ ଆଧାର କାର୍ଡ, ପ୍ୟାନ କାର୍ଡ ଓ ବ୍ୟାଙ୍କ ପାସବୁକ୍ ସହିତ ତାଙ୍କ ଭାଇ ଓ ମା’ଙ୍କର ପାସବୁକ୍, ବଣ୍ଡ ପେପର ଇତ୍ୟାଦି ଥିଲା।
ସେ ସେହି ବ୍ୟାଗଟିକୁ ସ୍କୁଟି ନଂ. (ଓଆର-୨୩ଏଫ-୫୧୭୮)ରେ ରଖି ଘରକୁ ଫେରିଥିଲେ। ବାଟରେ ସେମାନେ ଥରେ ଏସବିଆଇ ବ୍ୟାଙ୍କ ନିକଟରେ ଥିବା ଏକ ଦୋକାନରେ ଓ ଗଙ୍ଗା ନଗରରେ ଥିବା ଅନ୍ୟ ଏକ ଦୋକାନରେ ଦୁଇଥର ଅଟକି ଥିଲେ। ଯେତେବେଳେ ସେମାନେ ବୁନ୍ଦିଆ କଲୋନୀରେ ପହଞ୍ଚି ସ୍କୁଟି ଡିକି ଖୋଲିଲେ, ସେତେବେଳେ ଟଙ୍କା ବ୍ୟାଗଟି ନ ଥିଲା। କେହି ଟଙ୍କା ଏବଂ ଡକ୍ୟୁମେଣ୍ଟ ଚୋରି କରିଛନ୍ତି ବୋଲି ବ୍ରଜରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ପକ୍ଷରୁ ସୋମବାର ଏକ ମାମଲା ରୁଜୁ ହୋଇଥିବା ବେଳେ ଅନୁସନ୍ଧାନ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/loot.jpg)