ରଗଡ଼ି : ଭାଷାଭିତ୍ତିକ ଏକମାତ୍ର ରାଜ୍ୟ ଓଡ଼ିଶାରେ ଦିନକୁ ଦିନ ଆମ ମାତୃଭାଷା ଓଡ଼ିଆର ଅବକ୍ଷୟ ହୋଇଚାଲିଛି। ଓଡ଼ିଶାର ଅନ୍ୟତମ ଚିନ୍ତାନାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃ୍ତ୍ବରେ ଗଠନ ହୋଇଥିବା ସମ୍ବାଦ ସାହିତ୍ୟଘର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ପାଲିଟିଛି। ଆମ ରାଜ୍ୟ ଓ ପଡ଼ୋଶୀ ରାଜ୍ୟରେ ମଧ୍ୟ ସମ୍ବାଦ ସାହିତ୍ୟଘର କାର୍ଯ୍ୟ କରି ଓଡ଼ିଆ ଜାତିକୁ ଆଗକୁ ନେବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ବର୍ଷୀୟାନ ରାଜ‌ନେତା ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଛନ୍ତି। ଆଜି କୋରେଇ ବ୍ଲକ୍ ତଳଗଡ଼ ପଞ୍ଚାୟତ ନଗୁଆଁଠାରେ ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘରର ଚତୁର୍ଥ ବାର୍ଷିକୋତ୍ସବରେ ଶ୍ରୀ ଘଡ଼ାଇ ଏହା କହିଥିଲେ। ଉଦ୍‌ଘାଟକ ଭାବେ ଯୋଗଦେଇ ସମ୍ବାଦ ସାହିତ୍ୟଘର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।

Advertisment

ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା କହିଲେ ଯେ ସମ୍ବାଦ ସାହିତ୍ୟଘରର ୩୬୧ଟି ଶାଖା ଆଜି ସମଗ୍ର ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ କାର୍ଯ୍ୟ କରୁଛି। ସାହିତ୍ୟର ବିକାଶ ପାଇଁ ବର୍ଷ ତମାମ ଉତ୍ସବମାନ କରି ଆମା ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ କରିବା ସହ ପରିବେଶ ପାଇଁ ବୃକ୍ଷରୋପଣ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ଯୋଗୁଁ ଓଡ଼ିଶାବାସୀଙ୍କ ସେବାରେ ନିୟୋଜିତ ରହିଛି ବୋଲି କହିଥିଲେ। ନୂଆଗଡ଼ସ୍ଥିତ ହୋଟେଲ୍‌ ବ୍ୟଞ୍ଜନଠାରେ ଅନୁଷ୍ଠିତ ଏହି ଉତ୍ସବରେ ସଭାପତି ଆର୍ତ୍ତଚରଣ ମଲ୍ଲିକଙ୍କ ସଭାପତିତ୍ବ କରିଥିଲେ।

ମୁଖ୍ୟଅତିଥି ଭାବେ ଜିଲ୍ଲା ଲେଖକ ସମ୍ମେଳନର ସଭାପତି ଡକ୍ଟର ରୁଦ୍ରନାରାୟଣ ପୃଷ୍ଟି କହିଲେ ଯେ ଭାଷା ଭାବ କଥା କହେ ଓ ସାହିତ୍ୟ ବିଭବ କଥା କ‌ହେ। ଭାଷାସାହିତ୍ୟର ବିକାଶ ପାଇଁ ସମ୍ବାଦ ସାହିତ୍ୟଘର ଉଦ୍ୟମକୁ କେହି ଅଣଦେଖା କରିପାରିବେ ନାହିଁ। ମୁଖ୍ୟବକ୍ତା ଭାବେ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ମାଝୀ ସାହିତ୍ୟ ଥିଲା, ମାତ୍ର ଘର ନଥିଲା; ସମ୍ବାଦ ସାହିତ୍ୟଘର ସେହି ଶୂନ୍ୟସ୍ଥାନ ପୂରଣ କରିପାରିଛି ବୋଲି କହିଥିଲେ। ସାହିତ୍ୟ ପ୍ରତି ଜନମାନସକୁ ମନସ୍କ କରିବା କ୍ଷେତ୍ରରେ ସମ୍ବାଦ ସାହିତ୍ୟଘର ଅହରହ ଉଦ୍ୟମ କରୁଛି ବୋଲି ଶ୍ରୀ ମାଝି କହି‌ଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଡକ୍ଟର ଚିତ୍ତରଞ୍ଜନ ବେହେରା କହିଥିଲେ, ସାହିତ୍ୟ ସମ୍ପର୍କ ଯୋଡ଼େ। ସାହିତ୍ୟ ଦ୍ବାରା ହିଁ ସମାଜର ସାମଗ୍ରୀକ ବିକାଶ ହେବା ସହିତ ନୂତନ ପିଢ଼ି ପାଇଁ ସୁଯୋଗ ସୃଷ୍ଟି କରିଥାଏ ବୋଲି କହିଥିଲେ। ସଂପାଦିକା ଧରିତ୍ରୀ ରାଉତ ବିବରଣୀ ପାଠ କରିଥିଲେ।

ଉପଦେଷ୍ଟା ହୃଷୀକେଶ ସାହୁ ସ୍ବାଗତ ଭାଷଣ ଓ ଉପସଭାପତି ପ୍ରଦୀପ କୁମାର ଦାସ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ମୁଖ୍ୟ ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂହ, ସାମ୍ବାଦିକ ପବିତ୍ରମୋହନ ରାଉତରାୟ, ସମାଜସେବୀ ହେମନ୍ତ କୁମାର ଧୀରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସହସମ୍ପାଦିକା ଗାୟତ୍ରୀ ନାୟକ ସଭା ପରିଚାଳନା କରିଥିଲେ। ଉପଦେଷ୍ଟା ମଦନମୋହନ କର ସାହିତ୍ୟଘର ସମ୍ପର୍କରେ ସୂଚନା ଦେଇଥିଲେ। ବରିଷ୍ଠ ସଦସ୍ୟ ରଘୁନାଥ ଶତପଥୀ ମନ୍ତ୍ରପାଠ କରିଥିଲେ। ସଦସ୍ୟା ସ୍ମିତା ବେହୁରିଆ, ସଦସ୍ୟ ପ୍ରକାଶ ବାରିକ ମାନପତ୍ର ପାଠ କରିଥିଲେ। ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘରର ସଂଯୋଜକ ପୀତବାସ ଭୂୟାଁ ଧନ୍ୟବାଦ ଦେଇଥିଲେ।

ଉତ୍ସବରେ ସମ୍ବାଦ ଯାଜପୁର ସଂସ୍କରଣର ସହକାରୀ ମହାପ୍ରବନ୍ଧକ ପ୍ରଦୀପ କୁମାର ମହାପାତ୍ର, ପ୍ରସାରଣ ଅଧିକାରୀ ସୁଧାଂଶୁ ଶେଖର ନାୟକ, ସହସମ୍ପାଦକ ସଂଜୀବ କୁମାର ମହନ୍ତ, ମାନସ କୁମାର ବେହେରା, ଗିରିଜା ଶଙ୍କର ବେହେରା, ସରପଞ୍ଚ ସନ୍ତୋଷ ସ୍ବାଇଁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟା ମାତାଜୀ ଆଏଚ, ପ୍ରାକ୍ତନ ସରପଞ୍ଚ ଦୀପ୍ତିମୟୀ କୁଅଁର, ପ୍ରାକ୍ତନ ସମିତିସଭ୍ୟ ମନ୍ମଥ କୁମାର ଜେନା, ଆଇନଜୀବୀ ବିବେକାନନ୍ଦ ମହାନ୍ତି, ଟାଟା ଷ୍ଟିଲ୍‌ର ବିଷ୍ଣୁଚରଣ ନାୟକ, ସମାଜସେବୀ ପୀତାମ୍ବର ନନ୍ଦ, ଶତ୍ରୁଘନ ଦାସ, ସଦାଶିବ ଦାସ, ସଦାଶିବ ନାୟକ, ବ୍ୟଙ୍ଗକବି ବାଇଧର ମାଝୀ, କବି ଅକ୍ଷୟ କୁମାର ବାରିକ, ସାମ୍ବାଦିକ ପ୍ରକାଶ ରାଉତ, ବିଜୟ କୁମାର ସାହୁ, ଜାକିର ହୋସେନ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘରର ବରିଷ୍ଠ ସଦସ୍ୟ ବିରଞ୍ଚି ନାରାୟଣ ମହାନ୍ତି, ବିଭୂତି ଭୂଷଣ ବଳିୟାରସିଂହ, କୈଳାସ ପାତ୍ର, ଅକ୍ଷୟ କୁମାର ଜେନା, ଗଦାଧର ଭୂୟାଁ, ନୃସିଂହ ଚରଣ ଦାସ, ଜିତେନ୍ଦ୍ର କୁମାର ସାହୁ, କହ୍ନେଇ ଚରଣ ପରିଡ଼ା, ଅର୍ଜୁନ ସେଠୀ, ରବୀନ୍ଦ୍ର ମହାପାତ୍ର, ଅମୂଲ୍ୟ ବାରିକ, ଅମୂଲ୍ୟ ନାୟକ, ବିଶ୍ବନାଥ ଗୁରୁ, ସ୍ମୃତିପ୍ରକାଶ ଭୂୟାଁ, ପରମେଶ୍ବର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୋୟାନି ନାୟକ, ଆଲିସା ସାମଲ ସ୍ବାଗତ ନୃତ୍ୟ ପ୍ରଦର୍ଶନ କରିଥିଲେ।