କୋଏଲ ନଦୀରୁ ଉଦ୍ଧାର ହେଲା ଚତୁର୍ଥ ମୃତଦେହ

ରାଉରକେଲା: ଗତକାଲି କୋଏଲ ନଦୀରେ ଗାଧୋଇବା ସମୟରେ ଯେଉଁ ୪ ଜଣ ନାବାଳକ ବୁଡ଼ିଯାଇଥିଲେ, ସେମାନଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର ‌ହୋଇଛି। ଗତକାଲି ତିନିଜଣଙ୍କ ପ୍ରାଣହାନି ଘଟିଥିଲା। ଆଜି ଚତୁର୍ଥ ମୃତଦେହ ଉଦ୍ଧାର ‌ହୋଇଛି।
ସୂଚନାଯୋଗ୍ୟ, ଗତକାଲି ଝିରିପାଣି ପମ୍ପ ହାଉସରେ ଅଘଟଣ ଘଟିଥିଲା। ନଦୀରେ ଗାଧୋଇବା ସମୟରେ ୪ ଜଣ ନାବାଳକ ବୁଡ଼ି ଯାଇଥିଲେ। ଏମାନେ ସମସ୍ତେ ଭାଇ ଭାଇ। ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକମାନେ ହେଲେ ରିଷି ସାହୁ (୧୧) ଓ କୁନାଲ ସାହୁ (୧୩)। କୌଶଲ ଓ ଆୟୁଷ ନିଖୋଜ ଥିଲେ। ତାପରେ ଏଦୁହିଁଙ୍କଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ସୂଚନା ଅନୁସାରେ ଝିରିପାଣିରେ ରହୁଥିବା ସମ୍ପର୍କୀୟ ରମେଶ ସାହୁଙ୍କ ଘରକୁ ଝାଡ଼ଖଣ୍ଡରୁ ନିଜ ପିତାମାତାଙ୍କ ସହ ଆସିଥିଲେ ରିଷି ସାହୁ, ଆୟୁଷ ସାହୁ, କୁନାଲ ସାହୁ ଓ କୌଶଲ ସାହୁ। ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ୪ ଭାଇ କୋଏଲନଦୀର ଝିରିପାଣି ପମ୍ପ ହାଉସ ଘାଟକୁ ଗାଧୋଇବାକୁ ଆସିଥିଲେ। ସମସ୍ତେ ବୁଡିଯାଉଥିବା କିଛି ସ୍ଥାନୀୟ ଲୋକ ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ରିଷି ଓ ଆୟୁଷକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲ ପଠାଇଥିଲେ। ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ କୁନାଲ ଓ କୌଶଲ ଏପର୍ଯ୍ୟନ୍ତ ନିଖୋଜ ଥିଲେ। ଅଗ୍ନିଶମ ବିଭାଗର ଗୋଟିଏ ଟିମ ଉଭୟଙ୍କୁ ଖୋଜାଖୋଜି କରୁଥିଲେ।

ସମ୍ବନ୍ଧିତ ଖବର