ବିଜେଡିର ଚତୁର୍ଥ କିସ୍ତି : ନୂଆ କମ୍, ପୁରୁଣା ବେଶି

୯ ଲୋକସଭା, ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ପାଟ୍ଟଶାଣୀଙ୍କୁ ରାଜ୍ୟସଭା ମୁଆଁ, ୬ ଟିକେଟ କଟିଲା
୩୩% ମହିଳା କାର୍ଡରେ ଆଉ ତିନି ସାମିଲ
ଭୁବନେଶ୍ବରରେ ଆଇଏଏସ୍ ବନାମ ଆଇପିଏସ୍
ବୈଜୟନ୍ତଙ୍କ ବିେରାଧରେ ଲଢିବେ ଅନୁଭବ
ବାପାଙ୍କ ବଦଳରେ ୩ ପୁଅ ଶଙ୍ଖ ପ୍ରାର୍ଥୀ
ମନ୍ତ୍ରୀଙ୍କ ଆସନ ସୁରକ୍ଷିତ, ପ୍ରଭାବୀ ବିଧାୟକ ବି

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ରାଜ୍ୟସଭାକୁ ଯିବେ। ଗୁରୁତ୍ବପୂର୍ଣ୍ଣ ଏହି ଆସନରେ ବିେଜପିରୁ ଲଢୁଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀଙ୍କ ବିେରାଧରେ ବିେଜଡି ପ୍ରାର୍ଥୀ େହବେ ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ।

ବହୁ ଚର୍ଚ୍ଚିତ େକନ୍ଦ୍ରାପଡା ଆସନରେ ସ୍ଥାନୀୟ େନତା ସାହସ େଦଖାଇଲେ ନାହିଁ। ପରିଣାମ େହଲା ବିେଜଡି େନତୃତ୍ବ େସମାନଙ୍କ ଉପରେ ଭରସା ନ କରି ସମ୍ବେଦନଶୀଳ ଏହି ଆସନ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛନ୍ତି।

ଏହିଭଳି ଭାବେ ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ ଆଜି ଚତୁର୍ଥ କିସ୍ତିରେ ୯ େଲାକସଭା ଆସନ ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ େଘାଷଣା କରିଛନ୍ତି।

‌େକବଳ ପୁରୀ ସାଂସଦ ପିନାକୀ ମିଶ୍ର ଓ ବାଲେଶ୍ବର ସାଂସଦ ରବୀନ୍ଦ୍ର େଜନାଙ୍କ ଟିକେଟ୍ ଅପରିବର୍ତିତ ରହିଛି। ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ଦଳ ବିଦା କରିଥିଲା। ଏମାନଙ୍କ ବ୍ୟତୀତ ଅନ୍ୟ ୭ଟି ଆସନରେ ନବୀନ ନୂଆ ମୁହଁ େଦଇଛନ୍ତି। ୩୩% ମହିଳା କାର୍ଡକୁ ବଳବତ୍ତର ରଖିବା ଲାଗି ଜଗତସିଂହପୁର, ଭଦ୍ରକ ଓ ଯାଜପୁରରେ ମହିଳା ପ୍ରାର୍ଥୀ ଦିଆଯାଇଛି। ଏହି କ୍ରମରେ ତିେର୍ତାଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁର, ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ଭଦ୍ରକ ଓ ପୂର୍ବତନ ପ୍ରଶାସିକା ଶର୍ମିଷ୍ଠା େସଠୀଙ୍କୁ ଯାଜପୁର େଲାକସଭା ଆସନରୁ ପ୍ରାର୍ଥୀ କରିଛନ୍ତି ବିେଜଡି ମୁଖ୍ୟ।

ନବୀନ ଆଜି ଗୁରୁପ୍ରିୟା ଓ ମହାନଦୀରେ ଦ୍ବିତୀୟ େସତୁର େଶ୍ରୟ ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନଙ୍କୁ େଦଇଛନ୍ତି। ତାଙ୍କୁ ଦଳ ସମ୍ବଲପୁର େଲାକସଭା ଆସନରୁ ପ୍ରାର୍ଥୀ କରିଛି। ଡାକ୍ତର ଦେବାଶିଷ ମାର୍ଣ୍ଡିଙ୍କୁ ମୟୂରଭଂଜରେ ଦଳ ଲଢାଇବ।

ସାଂସଦ ରାମଚନ୍ଦ୍ର ହାଁସଦା, ରୀତା ତରାଇ, ଅର୍ଜୁନ େସଠୀ, ଡାକ୍ତର କୁଳମଣି ସାମଲ, ନଗେନ୍ଦ୍ର ପ୍ରଧାନ, ପ୍ରସନ୍ନ ପାଟ୍ଟଶାଣୀଙ୍କର ଟିକେଟ୍ କଟିଛି।

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭଳି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବଦନାମ େହାଇଥିବା େନତାଙ୍କୁ ଆଖିବୁଜା ବଦଳା ଯାଇନାହିଁ। ହାତଗଣତି କିଛି ଆସନ ଛାଡିଦେଲେ ପ୍ରାୟ ସବୁ ପୁରୁଣା ମୁହଁ ଦଳ ପକ୍ଷରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ସମ୍ଭବତଃ ପୂର୍ବଭଳି ଏଥର ବିେଦ୍ରାହ େଦଖାଦେବ ନାହିଁ। ଆଜି ନବୀନ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ େଘାଷଣା କରିଛନ୍ତି। ଏଥିସହିତ ବିେଜଡି ସମୁଦାୟ ୧୦୧ ଆସନ ଲାଗି ବର୍ତମାନ ସୁଦ୍ଧା ପ୍ରାର୍ଥୀ ଦେଇସାରିଲାଣି।

ଚିଟଫଣ୍ଡ ଛାପ ବାଜିଥିବା ତିନି େନତା ସାଂସଦ ରାମଚନ୍ଦ୍ର ହାଁସଦା, ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ବାଳଙ୍କ ଟିକେଟ୍ କଟିଛି। ଟିକେଟ୍ ଆଶାରେ ବିେଜଡିରେ ସାମିଲ େହାଇଥିବା ଶଶିଭୂଷଣ ସାହୁଙ୍କୁ ମଧ୍ୟ ସମାନ ଅଭିେଯାଗ କାରଣରୁ ନବୀନ ବିଶ୍ବାସକୁ େନଇନାହାନ୍ତି।

କୌତୂହଳ କଥା େହଲା, ଉତ୍ତରାଧିକାରୀ ସୂତ୍ରରେ ଏହି ପର୍ଯ୍ୟାୟରେ ବି ତିନି ଜଣ ବରିଷ୍ଠ େନତା ବିଜୟଶ୍ରୀ ରାଉତରାୟ, ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ବାଳଙ୍କ ପୁଅକୁ ଟିକେଟ୍ ମିଳିଛି। ଭଦ୍ରକ ବାସୁେଦବପୁର ଆସନରୁ ବିଷ୍ଣୁବ୍ରତ ରାଉତରାୟ, ବାଙ୍କୀରୁ େଦବୀ ରଂଜନ ତ୍ରିପାଠୀ ଓ ଚୌଦ୍ବାର-କଟକରୁ ସୌଭିକ ବିଶ୍ବାଳଙ୍କୁ ବିେଜଡି ପ୍ରାର୍ଥୀ କରିଛି। ଏହା ପୂର୍ବରୁ ଦଳ ୩ଟି କିସ୍ତିରେ ୬୫ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା। ସେହିଭଳି ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କୁ ଦଳ ବଲାଙ୍ଗୀର ଆସନରୁ ପ୍ରାର୍ଥୀ କରିଥିଲା। ବିଧାୟକ େଯାଗେନ୍ଦ୍ର ବେହେରାଙ୍କୁ କିନ୍ତୁ ଏ େକ୍ଷତ୍ରରେ ନିରାଶ େହବାକୁ ପଡିଥିଲା।

ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଦଳ ଆଉଥରେ ପ୍ରାର୍ଥୀ କରିଛି। ଚାନ୍ଦବାଲିରୁ େବ୍ୟାମକେଶ ରାୟ, ସିମୁଳିଆରୁ େଜ୍ୟାତିପ୍ରକାଶ ପାଣିଗ୍ରାହୀ, େଭାଗରାଇରେ ମନ୍ତ୍ରୀ ଅନନ୍ତ ଦାସ, ଧର୍ମଶାଳାରେ ପ୍ରଣବ ବଳବନ୍ତରାୟ, ସୁକିନ୍ଦାେର ପ୍ରୀତିରଂଜନ ଘଡାଇ, ବିଞ୍ଝାରପୁରରେ ପ୍ରମିଳା ମଲ୍ଲିକ ପୁଣି ଥରେ ନିଜ ନିଜ ଆସନରେ ଲଢିବେ। େକନ୍ଦ୍ରାପଡାର ପାଟକୁରାରୁ େବଦପ୍ରକାଶ ଅଗ୍ରଵାଲ, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ଆଳିରୁ ପ୍ରତାପ େଦବ, ମାହାଙ୍ଗାରୁ ପ୍ରତାପ େଜନା ପ୍ରାର୍ଥୀ େହାଇଛନ୍ତି। କଟକରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଟିକେଟ୍ ସୁରକ୍ଷିତ ରହିଛି। ସାଲେପୁରରେ ପ୍ରଶାନ୍ତ େବହେରାଙ୍କୁ ପୁଣି ପ୍ରାର୍ଥୀ କରିଛି ଦଳ। ଏଠାରେ ସେ ଗତଥର ହାରିଥିଲେ। ତେବେ େରମୁଣାରେ ଗତ ନିର୍ବାଚନର ବିେଜଡି ପ୍ରାର୍ଥୀ ପୂର୍ବତନ ବିଧାୟକ ସୁଦର୍ଶନ େଜନାଙ୍କ ବଦଳରେ ସୁଧାଂଶୁ େଶଖର ପରିଡାକୁ ଟିେକଟ୍ ମିଳିଛି।

ସେହିଭଳି େକନ୍ଦୁଝର ଜିଲ୍ଲାର ଘଷିପୁରା ଆସନ ଲାଗି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି। ୨୦୦୯ରେ ବିଧାନସଭାକୁ ଜିତିଥିବା ତଥା ପୂର୍ବତନ ବିଧାୟକ େପ୍ରମାନନ୍ଦ ନାୟକଙ୍କୁ ନବୀନ ପୁଣି ଭରସା କରି ବିଧାୟକ େବଦବ୍ୟାସ ନାୟକଙ୍କ ସ୍ଥାନରେ ପ୍ରାର୍ଥୀ କରିଛନ୍ତି। ପାଟଣାରେ ବିଧାୟକ ହୃଷିକେଶ ନାୟକଙ୍କ ଟିକେଟ କଟିଛି। ସେଠାରେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାୟକଙ୍କୁ ଟିକେଟ୍ ଦିଆଯାଇଛି। ୧୯୯୬ରେ କେଂଗ୍ରସରୁ ସାଂସଦ ଭାବେ ଜିତିଥିବା ମାଧବ ସର୍ଦାରଙ୍କୁ ବିେଜଡି େକନ୍ଦୁଝରରୁ ଲଢ଼ାଇବ। ମୟୂରଭଂଜର କରଞ୍ଜିଆ ଆସନରେ ରଘୁନାଥ େହମ୍ର୍ବମଙ୍କ େବାହୂ ତଥା ସ୍ବତନ୍ତ୍ର ବିକାଶ ପରିଷଦ ଉପାଧ୍ୟକ୍ଷା ବାସନ୍ତୀ େହମ୍ବ୍ରମ ଶଙ୍ଖ ଚିହ୍ନରେ ଲଢିବେ। ପୁରୀ ଜିଲ୍ଲାର ଦୁଇଟି ଆସନ ଲାଗି ପ୍ରାର୍ଥୀ େଘାଷଣା େହାଇଛି। ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମା ଓ ସତ୍ୟବାଦୀରେ ଉମାକାନ୍ତ ସାମନ୍ତରାୟ ପ୍ରାର୍ଥୀ େହାଇଛନ୍ତି। ରଣପୁରରେ ବିଧାୟକ ରବି ନାରାୟଣ ମହାପାତ୍ରଙ୍କ ଟିକେଟ୍ କଟିଛି। େସଠାରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ପୁଣି ବିଶ୍ବାସକୁ ନେଇଛନ୍ତି ବିେଜଡି ମୁଖିଆ। ବିଧାୟକ ଅରୁଣ କୁମାର ସାହୁ ଲଗାତର ଚତୁର୍ଥ ଥର ପାଇଁ ନୟାଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଭୁବନେଶ୍ବର ଏକାମ୍ରରେ ଲଗାତର ତୃତୀୟ ଥର ପାଇଁ ବିେଜଡି ପ୍ରାର୍ଥୀ ଭାବେ ମନ୍ତ୍ରୀ ଅେଶାକ ଚନ୍ଦ୍ର ପଣ୍ଡା ଲଢିବେ।

େଢଙ୍କାନାଳ ଆସନରେ ବିଧାୟକ ସରୋଜ ସାମଲଙ୍କ ଟିକେଟ୍ କଟିଛି। ତାଙ୍କ ସ୍ଥାନରେ କେଂଗ୍ରସରୁ ଆସି ବିେଜଡିରେ ମିଶିଥିବା ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ଜିଲ୍ଲାର ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗରେ ପ୍ରାର୍ଥୀ ବଦଳାଯାଇନାହିଁ। ସେଠାରୁ ପୂର୍ବଭଳି ସୀମାରାଣୀ ନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ଲଢିବେ। ଅନୁଗୁଳ, ତାଳଚେର ଓ େଛଣ୍ଡିପଦା ପ୍ରାର୍ଥୀଙ୍କୁ ଦଳ ଅପରିବର୍ତିତ ରଖିଛି। ସେଠାରୁ ରଜନୀ ସିଂହ, ବ୍ରଜ କିେଶାର ପ୍ରଧାନ ଓ ସୁଶାନ୍ତ କୁମାର େବହେରାଙ୍କ ଉପରେ ନବୀନଙ୍କ ଭରସା ରହିଛି।

କୁଚିଣ୍ଡା ଆସନରେ ବିେଜଡି ପ୍ରାର୍ଥୀ ବଦଳାଇଛି। ଏଠାରୁ ଭୁବନେଶ୍ବର କିଷାନ ଗତଥର ଶଙ୍ଖ ଚିହ୍ନରେ ଲଢିଥିଲେ। ନିକଟରେ ବିେଜପିରୁ ବିେଜଡିକୁ ଆସିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ କିେଶାର ଚନ୍ଦ୍ର ନାୟକଙ୍କୁ ନବୀନ ପ୍ରାର୍ଥୀ େଘାଷଣା କରିଛନ୍ତି।

ସମ୍ବନ୍ଧିତ ଖବର