ରାଇରଙ୍ଗପୁର: ସାଧାରଣ ନିର୍ବାଚନ ପାଇଁ ଶନିବାର ରହିଛି ଶେଷ ପର୍ଯ୍ୟାୟରେ ମତଦାନ। ତେବେ ମତଦାନ ପାଇଁ ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଏବେ ବୁଥ ମୁହାଁ ହେଉଛନ୍ତି ପୋଲିଂ ପାର୍ଟି ମାନେ। ଗତକାଲି ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଭିଭିପାଟ ଓ ଇଭିଏମ ମେସିନ ସ୍ଥାନାନ୍ତରିତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ  ଓ ଭିଭିପାଟ ନେଇ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। ତେବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୨୯୫ ବୁଥ ଓ ସାରସକଣା ନିର୍ବାଚନ ମଣ୍ଡଳୀର ସମସ୍ତ ୨୬୫ ବୁଥ  ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥ ଅଭିମୁଖେ ବାହାରି ଯାଇଛନ୍ତି। ସେପଟେ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
Advertisment
ତେବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ୨୯୫ ବୁଥ ଓ ସାରସକଣା ନିର୍ବାଚନ ମଣ୍ଡଳୀର ସମସ୍ତ ୨୬୫ ବୁଥ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥ ଅଭିମୁଖେ ବାହାରି ଯାଇଛନ୍ତି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଥ‌ିବା ୨୯୫ ଟି ବୁଥ ମଧ୍ୟରୁ ୪୫ ଟି ସଖୁବୁଥ, ୮୦ ଟି ମିଳିତ ବୁଥ, ୬ଟି ଯୁବ ବୁଥ, ୧୬୩ ଟି ପୁରୁଷ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥ ଓ ଗୋଟିଏ ଭିନ୍ନକ୍ଷମ ଙ୍କ ପାଇଁ ବୁଥ ରହିଛି। ଏହାରି ଭିତରେ ୧୪ ଟି ସମ୍ବେଦନଶୀଳ ବୁଥ ଓ ୧୫ ଟି କ୍ରିଟିକାଲ ବୁଥ ରହିଛି। ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀରେ ଥ‌ିବା ୨୬୫ ଟି ବୁଥ ମଧ୍ୟରୁ ୪୧ ଟି ବୁଥ, ୭୦ ଟି ମିଳିତ ବୁଥ, ୧୫ଟି ଯୁବ ବୁଥ, ୧୩୮ଟି ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥ ଓ ଗୋଟିଏ ଭିନ୍ନକ୍ଷମଙ୍କ ପାଇଁ ବୁଥ ରହିଛି।
ଏହାରି ଭିତରେ ୯ ଟି ସମ୍ବେଦନଶୀଳ ବୁଥ, ୧୩ ଟି କ୍ରିଟିକାଲ ବୁଥ ରହିଛି। ତେବେ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜାତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଆର୍ମଷ୍ଟ୍ରଙ୍ଗ ପାମେ ରାଇରଙ୍ଗପୁରସ୍ଥିତ ଇଭିଏମ
ଆବଣ୍ଟନ କେନ୍ଦ୍ରକୁ ଆସି ରାଇରଙ୍ଗପୁର ଉପଜିଲ୍ଲାପାଳ ତଥା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ଓ ରାଇରଙ୍ଗପୁର ଏଡିଏମ୍ ତଥା ସାରସକଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ତ କାର୍ଯ୍ୟର ସମୀକ୍ଷା କରୁଛନ୍ତି ।